Below header

ନାମିବ୍ୟା ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍‌କୁ ମୁଣ୍ଡରେ ଛୁଇଁଲେ ଋଷଭ ପନ୍ତ, ଭାଇରଲ ହେଉଛି ଭିଡିଓ

ଟିମ୍‌ ଇଣ୍ଡିଆର ଓ୍ଵିକେଟକିପର ତଥା ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ନାମିବ୍ୟା ବିପକ୍ଷ ମ୍ୟାଚରେ ବ୍ୟାଟକୁ ନେଇ ଏମିତି ସମ୍ମାନ ଦେଖାଇଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ନାମିବ୍ୟା ବ୍ୟାଟ୍ସମ୍ୟାନ ରନ ନେବା ବେଳେ ବ୍ୟାଟକୁ ଡାଇଭ ମାରିବା ସମୟରେ ବ୍ୟାଟିଟି ପନ୍ତଙ୍କ ଗୋଡ ତଳେ ରହିଯାଇଥିଲା। ଏପରି ହେବା ପନ୍ତ ତଳକୁ ନଇଁ ବ୍ୟାଟକୁ ସମ୍ମାନ ଜଣାଇ ମୁଣ୍ଡିଆ ମାରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ପନ୍ତ ନିଜରଓ୍ଵିକେଟକିପିଠ ସ୍କିଲ୍ସରେ ବହୁତ ସୁଧାର କରିଛନ୍ତି । ଟି-୨୦ ଓ୍ଵାଲର୍ଡ କପ ସମୟରେ ଓ୍ଵିକେଟ କିପିଂ କରିବା ବେଳେ ବହୁତ ଭଲ କାମ କରିଛନ୍ତି।

ଗତକାଲି ଭାରତ- ନାମିବ୍ୟା ମ୍ୟାଚ ଚାଲିଥିବା ବେଳେ ୯ଓଭରରେ ରାହୁଲ ଚହର ବୋଲିଂ କରିଥିଲେ। ବ୍ୟାଟ୍ସମ୍ୟାନ ପ୍ରଥମ ବଲରେ ଦୁଇ ରନ୍‌ ନେଇଥିଲେ। ଦ୍ୱିତୀୟ ରନ ପୁରା କରିବା ସମୟରେ ଡାଇଭ ମାରିଥିଲେ ଏବଂ ବ୍ୟାଟ ପନ୍ତଙ୍କ ଗୋଡ ତଳେ ଆସିଯାଇଥିଲା ବ୍ୟାଟ ଗୋଡ ତଳେ ଆସିବା ଯୋଗୁଁ ପନ୍ତ କିଛି ସମୟ ଭାରସାମ୍ୟ ହରାଇଥିଲେ, ଏହାକୁ ନେଇ ଲଫ୍ଟି ପନ୍ତକୁ ଖବର ପଚାରିଥିଲେ, କିନ୍ତୁ ପନ୍ତ ନିଜକୁ ସମ୍ଭାଳି ବ୍ୟାଟକୁ ପ୍ରଣାମ କରିଥିଲେ। ଏହି ଭିଡିଓ କ୍ଲିପ ଟ୍ଵିଟରରେ ଭାଇରଲ ହେବା ପରେ କିଛି ଫ୍ୟାନ୍ସ ଏହାକୁ ସେୟାର କରିବାକୁ ଲାଗିଛନ୍ତି।

ଚଳିତବର୍ଷ ଟି-୨୦ ବିଶ୍ୱକପ୍‌ ଭାରତ ପାଇଁ ଶୁଭଙ୍କର ନଥିଲା। ପ୍ରଥମ ଦୁଇଟି ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଆଫଗାନିସ୍ତାନ, ସ୍କଟଲାଣ୍ଡ ଏବଂ ନାମିବ୍ୟା ଠାରୁ ମ୍ୟାଚ ଜିତିଥିଲା। କିନ୍ତୁ ପ୍ରଥମ ୨ ଟି ମ୍ୟାଚ ହାରିବା ଯୋଗୁଁ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି ଟିମ୍‌ ଇଣ୍ଡିଆ। ବିରାଟଙ୍କ ଅଧିନାୟକତ୍ୱରେ ଏହା ଶେଷ ଟି-୨୦ ଟୁର୍ନାମେଣ୍ଟ ଥିଲା।କ୍ୟାପ୍‌ଟେନ୍‌ ଭାବେ ବିରାଟ କୋହଲି ସୋମବାର ନିଜ ଶେଷ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏହା ତାଙ୍କ ଫ୍ୟାନ୍‌ଙ୍କୁ ଅଧିକ ଭାବୁକ କରିଦେଇଛି। ଫ୍ୟାନ୍‌ମାନେ ଟ୍ଵିଟରରେ ନିଜ ଭାବନା ବ୍ୟକ୍ତ କରିଛନ୍ତି। ବିରାଟଙ୍କୁ ଲୋକେ କେତେ ଭଲ ପାଉଛନ୍ତି, ତାହା ଟ୍ଵିଟରର ଟ୍ଵିଟ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି। ଆଗକୁ ରୋହିତ ଶର୍ମା ଟି-୨୦ ଟିମ୍‌ର ଦାୟିତ୍ୱ ସମ୍ଭାଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.