ରଦ୍ଦ ହୋଇପାରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ ୨୦୧୯ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଦୁଇ ମ୍ୟାଚ ଜିତି ସାରିଛି। ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଏବଂ ଦ୍ବିତୀୟରେ ଅଷ୍ଟ୍ରେଲିଆକୁ ହରାଇ ବିଜୟ ହାସଲ କରିଛି ଭାରତ। ତେବେ ଆସନ୍ତାକାଲି  ଦିନ ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବାକୁ ଯାଉଛି। କିନ୍ତୁ ଇଂଲଣ୍ଡରେ ଲାଗିଥିବା ବର୍ଷା ମ୍ୟାଚ ଉପରେ ପ୍ରଶ୍ନବାଚୀ ଲଗାଇଛି।

ଗତ ଦୁଇ ଦିନ ହେବ ବର୍ଷା ପାଇଁ ମ୍ୟାଚ ବାତିଲ ହେବା ପରେ ଏବେ ଆସନ୍ତାକାଲି ହେବାକୁ ଥିବା ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ପ୍ରଶ୍ନବାଚୀ ଲାଗିଛି। ତେବେ ପାଣିପାଗ ବିଭାଗ ସୂଚନା ଅନୁଯାୟୀ କାଲି ଦ୍ବିପହର ପରେ ବର୍ଷାର କୌଣସି ସମ୍ଭାବନା ରହିନାହିଁ । ଆଗାମୀ ଦୁଇ ଦିନ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.