ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ଗସ୍ତ ପାଇଁ ରୋହିତ ଶର୍ମା ଫିଟ୍ ଘୋଷିତ

ଟିମ୍ ଇଣ୍ଡିଆ ଏବଂ ଫ୍ଯାନଙ୍କ ପାଇଁ ଖୁସି ଖବର। ଟିମ୍ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମା ନ୍ଯାସନାଲ କ୍ରିକେଟ ଏକାଡେମୀ ଫିଟନେସ ଟେଷ୍ଟରେ ପାସ୍ କରିଛନ୍ତି। ଏଥିପାଇଁ ସେ ଆସନ୍ତାକାଲିରୁ ଅଷ୍ଟ୍ରେଲିଆ ଗସ୍ତ କରିବେ। କିନ୍ତୁ ସେଠାରେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ କେତୋଟି ମ୍ଯାଚ ଖେଳିବେ ତାହା ସ୍ପଷ୍ଟ ହୋଇନାହିଁ। ବିସିସିଆଇ ଏହାକୁ ନେଇ ସୂଚନା ଦେଇଛି।

ରୋହିତ ଏବେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ରେ ଶରୀର ଓଜନ କମାଇବାକୁ ଜୋରଦାର ବ୍ୟାୟାମ କରୁଛନ୍ତି। ଆସନ୍ତାକାଲି ସେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବେ। ସେଠାରେ ପହଞ୍ଚି ସେ ୧୪ଦିନ ସଙ୍ଗରୋଧରେ ରହିବେ। ଏହି ସମୟ ମଧ୍ୟରେ ସେ ଦଳ ସହ ଯୋଗ ଦେଇପାରିବେ ନାହିଁ। ଫଳରେ ପ୍ରଥମ ୨ଟି ଟେଷ୍ଟରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିବ ନାହିଁ । ଶେଷ ୨ଟି ଟେଷ୍ଟ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିବ ।

rohit sharma

ବର୍ତ୍ତମାନ ରୋହିତ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଜଙ୍ଘ(ପଛ ପାଶ୍ୱର୍) ମାଂସପେଶୀରେ ଯନ୍ତ୍ରଣା ନାହିଁ। ହେଲେ ତାଙ୍କୁ ଓଜନ କମାଇବା ପାଇଁ ନିର୍ଦ୍ଦେଶ ବାରମ୍ବାର ଆହତ ସମସ୍ୟାର ସମ୍ମୁଖୀନ ନହେବା ପାଇଁ ଶରୀର ଓଜନ କମିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.