ଲାଇଭ ମ୍ୟାଚରେ ଖସିଗଲା ରୋହିତ ଶର୍ମାଙ୍କ ପ୍ୟାଣ୍ଟ, ଲାଜେଇ ଗଲେ ପତ୍ନୀ ରିତିକା : ଭିଡିଓ ଭାଇରଲ

ଚେନ୍ନାଇ ସୁପର କିଙ୍ଗସ ତରଫରୁ ବ୍ୟାଟିଂ କରୁଥିଲେ ଅଧିନାୟକ ଋତୁରାଜ ଗାଏକ୍ୱାଡ । ତେବେ ଓଭରର ଚତୁର୍ଥ ବଲରେ ଋତୁରାଜ ଏକ ଶଟ୍ ଖେଳିଥିଲେ । ଆଉ ଏହାକୁ ଧରିବା ପାଇଁ ଚେଷ୍ଟା କରି ରୋହିତ ଡାଇଭ ମାରିଥିଲେ, କିନ୍ତୁ ଏହି କ୍ୟାଚ ଧରି ପାରି ନଥିଲେ । ଏହି ସମୟରେ ରୋହିତଙ୍କ ପ୍ୟାଣ୍ଟ ମଧ୍ୟ ଖସି ଯାଇଥିଲା ।

ରୋହିତ ଶର୍ମା ଆଇପିଏଲ ୨୦୨୪ର ୨୯ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶତକ ମାରିଥିଲେ । ରୋହିତଙ୍କ ଶତକ କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟ ଦେଇପାରିନଥିଲା । ରୋହିତ ୬୩ ବଲରେ ୧୧ଟି ଚଉକା ଏବଂ ୫ଟି ଛକା ମାରି ୧୦୫ ରନ୍‌ କରି ଅପରାଜିତ ରହିଥିଲେ । ରୋହିତ ଶର୍ମାଙ୍କ ଦମଦାର ଶତକ ପରେ ମଧ୍ୟ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଶତକ ପୂର୍ବରୁ ରୋହିତ ଏକ ଅଜବ ଘଟଣାର ଶିକାର ହୋଇଛନ୍ତି । ଯେଉଁଥିପାଇଁ ଷ୍ଟାଡିୟମରେ ବସିଥିବା ଦର୍ଶକ ହସି ହସି ବେଦମ ହୋଇଛନ୍ତି । ଲାଇଭ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ରୋହିତଙ୍କ ପ୍ୟାଣ୍ଟ ଖସିଯାଇଛି । ଭିଡିଓଟି ଏବେ ଭାଇରଲ ହେବାରେ ଲାଗିଛି ।

ଚେନ୍ନାଇ ସୁପର କିଙ୍ଗସର ୧୨ ଓଭରରେ ଆକାଶ ମଧୱାଲ ବୋଲିଂ କରିଥିଲେ । ଚେନ୍ନାଇ ସୁପର କିଙ୍ଗସ ତରଫରୁ ବ୍ୟାଟିଂ କରୁଥିଲେ ଅଧିନାୟକ ଋତୁରାଜ ଗାଏକ୍ୱାଡ । ତେବେ ଓଭରର ଚତୁର୍ଥ ବଲରେ ଋତୁରାଜ ଏକ ଶଟ୍ ଖେଳିଥିଲେ । ଆଉ ଏହାକୁ ଧରିବା ପାଇଁ ଚେଷ୍ଟା କରି ରୋହିତ ଡାଇଭ ମାରିଥିଲେ, କିନ୍ତୁ ଏହି କ୍ୟାଚ ଧରି ପାରି ନଥିଲେ । ଏହି ସମୟରେ ରୋହିତଙ୍କ ପ୍ୟାଣ୍ଟ ମଧ୍ୟ ଖସି ଯାଇଥିଲା । ଯାହାକୁ ନେଇ ରୋହିତ ଅସହଜ ପରିସ୍ଥିତିରେ ପଡ଼ି ଯାଇଥିଲେ । ଏହାକୁ ଦେଖି ରୋହିତଙ୍କ ପତ୍ନୀ ରିତିକା ଅସହଜ ହୋଇପଡିଥିଲେ ।

ରୋହିତଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ରୋହିତଙ୍କ ଏଭଳି ମୁହୂର୍ତ୍ତ ବେଳର ପତ୍ନୀ ରିତିକାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କି, ରିତିକା ଏହି ଘଟଣା ଦେଖିବା ପରେ ଲାଜ କରୁଛନ୍ତି ।
ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ଓ୍ଵିକେଟ ହରାଇ ୨୦୬ ରନ୍‌ କରିଥିଲା । ଏହାକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୮୬ ରନ୍‌ କରିପାରିଥିଲା । ଏଥିରେ ରୋହିତ ଶର୍ମା ଶତକୀୟ ଇନିଂସ ଖେଳିଥିଲେ । ରୋହିତ ୬୩ ବଲରେ ୧୧ଟି ଚଉକା ଏବଂ ୫ଟିଛକା ମାରି ୧୦୫ ରନ୍‌ କରି ଅପରାଜିତ ରହିଥିଲେ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ରୋହିତ ଶର୍ମା ବସ୍‌ ଚଲାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିଲା । ଭାଇରଲ ହେଉଥିବା ଭିଡିଓରେ ରୋହିତ ବସ୍‌ର ଡ୍ରାଇଭର ସିଟ୍‌ରେ ବସିଥିବାର ନଜର ଆସିଥିଲେ । ହୋଟେଲ ବାହାରେ ଫ୍ୟାନ୍ସଙ୍କ ଭିଡକୁ ଦେଖି ରୋହିତ ଶର୍ମା ନିଜେ ବସ୍‌ ଚଲାଇବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ରୋହିତ ନିଜେ ବସ୍‌ ଚଲାଇ ଯିବାକୁ ସ୍ଥିର କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.