Below header

ମାଷ୍ଟର ବ୍ଲାଷ୍ଟରଙ୍କୁ ଆଉ ଏକ ବଡ଼ ସମ୍ମାନ, ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ସଚିନ୍‌ ତେନ୍ଦୁଲକର

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ଆଉ ଏକ ବଡ଼ ସମ୍ମାନ । ଇଣ୍ଟରନେସନାଲ କ୍ରିକେଟ କାଉନ୍‌ସିଲ୍‌ ବା ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଛନ୍ତି ସଚିନ୍‌ । ଏହି ସମ୍ମାନ ପାଇବାରେ ସଚିନ୍‌ ହେଉଛନ୍ତି ଷଷ୍ଠ ଭାରତୀୟ କ୍ରିକେଟର । ବିଶନ ସିଂହ ବେଦୀ, କପିଲ ଦେବ, ସୁନୀଲ ଗାଭାସ୍କର, ଅନିଲ କୁମ୍ବଲେ ଓ ରାହୁଲ ଦ୍ରାବିଡ଼ ପୂର୍ବରୁ ଏହି ସମ୍ମାନ ପାଇଛନ୍ତି । ୧୦୦ଟି ଅନ୍ତର୍ରାଷ୍ଟ୍ରୀୟ ଶତକ ହାସଲ କରିବାରେ ସଚିନ୍‌ ହେଉଛନ୍ତି ବିଶ୍ୱର ଏକମାତ୍ର କ୍ରିକେଟର । ଟେଷ୍ଟରେ ୫୧ଟି ଓ ଦିନିକିଆରେ ୪୯ଟି ଶତକ ହାସଲ କରିଛନ୍ତି । ଟେଷ୍ଟ ମ୍ୟାଚ୍‌ରେ ସବୁଠୁ ଅଧିକ ରନ୍‌ କରିବାର ରେକର୍ଡ ତେନ୍ଦୁଲକରଙ୍କ ନାଁରେ ରହିଛି । ୨୦୦ଟି ଟେଷ୍ଟ ମ୍ୟାଚ୍‌ ଖେଳିବାରେ ସଚିନ୍‌ ହେଉଛନ୍ତି ବିଶ୍ୱର ଏକମାତ୍ର କ୍ରିକେଟର ।

sachinସେହିପରି ଦିନିକିଆ ଅନ୍ତର୍ରାଷ୍ଟ୍ରୀୟ କ୍ରିକେଟରେ ସବୁଠୁ ଅଧିକ ରନ୍‌ କରିଥିବା କ୍ରିକେଟର ହେଉଛନ୍ତି ସଚିନ୍‌ ତେନ୍ଦୁଲକର । ସଚିନ୍‌ ୪୬୩ଟି ଦିନିକିଆରୁ ୧୮ ହଜାର ୪୨୬ ରନ୍‌ କରିଛନ୍ତି । ସେହିପରି ସଚିନ୍‌ଙ୍କ ନାଁରେ ରହିଛି ଅନ୍ତର୍ରାଷ୍ଟୀୟ କ୍ରିକେଟ୍‌ରେ ସବୁଠୁ ଅଧିକ ରନ୍‌ କରିବାର ରେକର୍ଡ । ସଚିନ୍‌ ୧୯୮୯ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ । ସେ ୬ଟି ବିଶ୍ୱକପ୍‌ ଖେଳିଛନ୍ତି । ହଲ୍‌ ଅଫ୍‌ ସମ୍ମାନ ପାଇବା ପରେ ସଚିନ୍‌ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି । ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ଟ୍ଵିଟ୍‌ କରି ସଚିନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସଚିନ୍‌ଙ୍କ ସହ ପୂର୍ବତନ ଦକ୍ଷିଣ ଆଫ୍ରିକା ପେସ୍‌ ବୋଲର ଆଲାନ୍‌ ଡୋନାଲ୍ଟ ଓ ଅଷ୍ଟ୍ରେଲିଆର ପୂର୍ବତନ ମହିଳା ପେସ୍‌ ବୋଲର କେଥରିନ୍‌କୁ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି । ଆଲାନ୍‌ ଡୋନାଲ୍ଟ ହେଉଛନ୍ତି ଦିନିକିଆରେ ୨୦୦ ଓ୍ଵିକେଟ୍‌ ନେବାରେ ପ୍ରଥମ ଦକ୍ଷିଣ ଆଫ୍ରିକା ଖେଳାଳି । ଟେଷ୍ଟରେ ୩୦୦ ଓ୍ଵିକେଟ୍‌ ନେବାରେ ସେ ହେଉଛନ୍ତି ପ୍ରଥମ ଦକ୍ଷିଣ ଆଫ୍ରିକା ଖେଳାଳି ।

ଏହାସହ ପଢନ୍ତୁ: ବଳିଦାନ ରୁ ମାରପିଟ୍ ପର୍ଯ୍ୟନ୍ତ . . ଏହି ସବୁ ସ୍ମୃତି ଏବଂ ବିବାଦ ପାଇଁ ମନେ ରହିବ ବିଶ୍ବକପ୍ ୨୦୧୯

sachin-tendulkarଏବେ ଆସନ୍ତୁ ଜାଣିବା ଆଇସିସି ହଲ୍‌ ଅଫ୍‌ ଫେମ୍‌ କ’ଣ ? ଆଇସିସି ହଲ୍‌ ଅଫ୍‌ ଫେମ୍‌ର ଉଦ୍ଦେଶ୍ୟ ହେଉଛି, କ୍ରିକେଟ ଇତିହାସରେ ବରିଷ୍ଠ ଖେଳାଳିଙ୍କ ଉପଲବ୍ଧିକୁ ଜାଣି ସେମାନଙ୍କୁ ସମ୍ମାନିତ କରିବା । ଫେଡେରେସନ୍‌ ଅଫ୍‌ ଇଣ୍ଟରନେସନାଲ କ୍ରିକେଟ ଆସୋସିଏସନ୍‌ ସହାୟତାରେ ଏହାକୁ ଆରମ୍ଭ କରାଯାଇଥିଲା । ପ୍ରଥମେ ଏଥିରେ ୫୫ ଜଣ ଖେଳାଳି ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.