SAFF Cup 2023: ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ, ଭାରତ ପାକିସ୍ତାନକୁ ୪-୦ରେ ହରାଇଲା

ସାଉଥ୍ ଏସିଆନ ଫୁଟବଲ ଫେଡେରେସନ (ସାଫ୍‌) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୪-୦ରେ ହରାଇଛି ଭାରତ । ବେଙ୍ଗାଲୁରୁର ଶ୍ରୀକାନ୍ତିରବା ଷ୍ଟାଡିୟମରେ ହୋଇଥିବା ମ୍ୟାଚରେ ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ୍‌ କରି ପାକିସ୍ତାନକୁ ପରାସ୍ତ କରିଛନ୍ତି ।

ସାଉଥ୍ ଏସିଆନ ଫୁଟବଲ ଫେଡେରେସନ (ସାଫ୍‌) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୪-୦ରେ ହରାଇଛି ଭାରତ । ବେଙ୍ଗାଲୁରୁର ଶ୍ରୀକାନ୍ତିରବା ଷ୍ଟାଡିୟମରେ ହୋଇଥିବା ମ୍ୟାଚରେ ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ୍‌ କରି ପାକିସ୍ତାନକୁ ପରାସ୍ତ କରିଛନ୍ତି ।

ସୁନୀଲ ଛେତ୍ରୀ ପ୍ରଥମାର୍ଦ୍ଧରେ ୨ଟି ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇଥିଲେ । ଏହାପରେ ପାକିସ୍ତାନ ଟିମ୍ ଗୋଟିଏ ବି ଗୋଲ ସ୍କୋର କରିପାରି ନଥିଲା । ଦ୍ୱିତୀୟାର୍ଦ୍ଧରେ ବହୁତ ପ୍ରୟାସ କରିଥିଲେ ବି ପାକିସ୍ତାନ ଗୋଲ ଦେବାରେ ସକ୍ଷମ ହୋଇ ପାରିନଥିଲା । ଏହି ସମୟରେ ସୁନୀଲ ଓ ଉନ୍ଦାତା ସିଂହ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ସୁନୀଲ ଛେତ୍ରୀ ଦୁଇଟି ଗୋଲ ପେନାଲିଟି କର୍ନରରେ କରିଥିଲେ।

ଭାରତୀୟ ଟିମ୍ ମ୍ୟାଚ ଆରମ୍ଭର ୧୦ ମିନିଟ ମଧ୍ୟରେ ପ୍ରଥମ ଗୋଲ୍‌ କରି ପାକିସ୍ତାନକୁ ଚାପରେ ପକାଇଥିଲା । ତା’ ପରେ ୧୫ ମିନିଟରେ ଦ୍ବିତୀୟ ଗୋଲ କରିଥିଲେ ସୁନୀଲ ଛେତ୍ରୀ । ତେବେ ପ୍ରଥମ ମିନିଟରେ ଗୋଟିଏ ଫ୍ରି କିକ୍‌ ମିଳିଥିଲେ ତାହା ଗୋଲ ସ୍କୋର ହୋଇ ପାରିନଥିଲା । ଏହାପରେ ଚତୁର୍ଥ ମିନିଟରେ ଆଉ ଏକ ସୁଯୋଗ ମିଳିଥିଲେ ବି ସେଥିରେ ମଧ୍ୟ ଭାରତ ନିରାଶ ହୋଇଥିଲା । ଆଜିର ମ୍ୟାଚରେ ଦୁଇ ଟିମର ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ଶେଷରେ ଭାରତ ବିଜୟୀ ହୋଇଥିଲା ।

ସୂଚନାଯୋଗ୍ୟ, ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତୀୟ ଫୁଟବଲ ଟିମ୍‌ ଲେବାନନକୁ ୧-୦ରେ ହରାଇ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଥିଲା ।  ଭାରତୀୟ ଟିମ୍‌ ଐତିହାସିକ ବିଜୟ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲ ଟିମକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ତେବେ ଭାରତୀୟ ଫୁଟବଲ ଟିମ୍‌ ଏହି ପୁରସ୍କାର ରାଶିରୁ ୨୦ ଲକ୍ଷ ଟଙ୍କା ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ପୀଡିତଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି ।  ଭାରତୀୟ ଫୁଟବଲ ଟିମ ତରଫରୁ ବୟାନ ଜାରି କରି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.