ବେଡରୁମରେ ଧୋନିଙ୍କ ଏହି ଅଭ୍ୟାସକୁ ଆଦୌ ପସନ୍ଦ କରନ୍ତିନି ସାକ୍ଷୀ, ନିଜେ କଲେ ଖୁଲାସା

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଏବେ କିଛି ଦିନ ହେବ ଖେଳଠୁ ଦୂରରେ ଥିଲେ ବି ଫ୍ୟାନମାନେ କିନ୍ତୁ ତାଙ୍କୁ ଭୁଲିପାରିନାହାନ୍ତି। ଫ୍ୟାନଙ୍କ ଭଲ ପାଇବା ଓ ସ୍ନେହକୁ ଦେଖି ଧୋନି ମଧ୍ୟ ନିଜ ସୋସିଆଲ ମିଡିଆରେ ନିୟମିତ କିଛି ନା କିଛି ପୋଷ୍ଟ କରିଥାନ୍ତି। କେବଳ ଧୋନି ନୁହେଁ ପତ୍ନୀ ସାକ୍ଷୀ ମଧ୍ୟ ପ୍ରାୟତଃ ଧୋନିଙ୍କ ଭିଡିଓ ସେୟାର କରିଥାନ୍ତି।

dhoni-sakshi

ନିକଟରେ ଇନଷ୍ଟାଗ୍ରାମ ଲାଇଭରେ ଆସିଥିଲେ ସାକ୍ଷୀ। ସେତେବେଳେ ସେ ଧୋନିଙ୍କ ବିଷୟରେ କେତେକ ଅଜଣା କଥା କହିଥିଲେ। ସାକ୍ଷୀ କହିଥିଲେ ଯେ ଧୋନି ବହୁତ ଇମୋସନାଲ। ୨୦୧୮ରେ ତୃତୀୟ ଥର ପାଇଁ IPL ଜିତିବା ପରେ ସେ ଭାବୁକ ହୋଇପଡ଼ିଥିଲେ। କ୍ରିକେଟ ଧୋନିଙ୍କ ପ୍ରଥମ ପ୍ରେମ ଓ ଏହାକୁ ନେଇ ସେ ଖୁବ ଇମୋସନାଲ ବୋଲି ସାକ୍ଷୀ କହିଥିଲେ।

Amrapali diverted home buyers' money to Sakshi Dhoni's firm ...

କ୍ରିକେଟ ପରେ ଧୋନି ସବୁଠୁ ଅଧିକ ଆଉ ଏକ ଖେଳ ଖେଳିଥାନ୍ତି। ତାହା ହେଉଛି ପବଜି। ପବଜି ଧୋନିଙ୍କର ଏତେ ପ୍ରିୟ ଯେ ଖେଳିବା ବେଳେ ଆଖପାଖରେ କିଏ ଅଛି ବି ଧ୍ୟାନ ଦେଇନଥାନ୍ତି। ଏମିତିକି ବେଡ଼ରୁମରେ ମଧ୍ୟ ଧୋନି ଖେଳିବା ବେଳେ ସାକ୍ଷୀଙ୍କ କଥା ବି ଶୁଣିନଥାନ୍ତି ବୋଲି କହିଛନ୍ତି ସେ। ଏଥିପାଇଁ ସେ ମାହିଙ୍କ ଉପରେ ବେଳେ ବେଳେ ରାଗିଯାଆନ୍ତି ବୋଲି ବି କହିଛନ୍ତି। ତେବେ ପବଜି ଖେଳିବା ଦ୍ୱାରା ଧୋନି ଚିନ୍ତାମୁକ୍ତ ରହୁଥିବାରୁ ସେ ତାଙ୍କୁ କେବେ ରୋକିନଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.