ମଧ୍ୟପ୍ରଦେଶ : ୩ ମଣିଷଙ୍କୁ ମାରି ବାଘ ଗଲା ହାଜତକୁ, ଅଞ୍ଚଳରେ ସୃଷ୍ଟି କରିଥିଲା ଆତଙ୍କ

ଭୋପାଳ : ବୁଲିବାର ଦିନ ଏବେ ସରିଗଲା । ବହୁତ ବୁଲିଲ ଲୋକଙ୍କୁ ମାରିଲ । ଏବେ ଚାଲ ହାଜତକୁ । ଏପରି କହିଛନ୍ତି ବନ ବିହାର ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟର ଜଣେ କର୍ମଚାରୀ । ଦୀର୍ଘ ଦୀନ ଧରି ଲୋକଙ୍କୁ ଆତଙ୍କ କରି ରଖିଥିବା ଏହି ମଣିଷ ଖିଆ ବାଘକୁ ଏବେ ବନ ବିଭାଗର ଏକ ହାଜତ ମଧ୍ୟକୁ ପଠାଯାଇଛି ।

tiger-1

୨୦୧୮ ମସିହାରେ ଏହି ବାଘ ମଣିଷ ମାରି ମହାରାଷ୍ଟ୍ରର ବିଭିନ୍ନ ଗଣମାଧ୍ୟମରେ ମୁଖ୍ୟ ସିରୋନାମାରେ ରହିଥିଲା । ଏବେ କାହ୍ନା ନେସ୍‌ନାଲ୍‌ ପାର୍କରେ ବାଘକୁ ଟ୍ରାଙ୍କୁଲାଇଜର ଦ୍ୱାରା ଅଚେତ କରାଯାଇ ଭୋପାଳ ବନ ବିହାରରେ ଶନିବାର ଛଡ଼ାଯାଇଛି । ବାଘକୁ କିଛି ଦିନ ପାଇଁ ଏବେ ଏକୁଟିଆ ରଖାଯିବ ବୋଲି ବନ ବିଭାଗ କହିଛି ।

ଏହି ବାଘକ୍‌ୁ ବହୁବାର ପ୍ରକୃତି ସହ ରହିବାକୁ ଜଙ୍ଗଲରେ ଖୋଲା ଛଡା ଯ ।ଇଥିଲେ ମଧ୍ୟ ସେ ବାରମ୍ବାର ଜନ ବସତିକୁ ଚାଲି ଯାଉଥିଲା । ତା’ର ଏହି ବଦଭ୍ୟାସ ପାଇଁ ତାକୁ ପୁଣି ଥରେ ପ୍ରାଣୀ ଉଦ୍ୟାନର ଖୁଆଡ଼ ଭିତରକୁ ଅଣାଯାଇଛି ।

ମଣିଷ ଜୀବନ ପ୍ରତି ବିପଦକୁ ଲକ୍ଷ୍ୟ କରି ୨୦୧୯ ଏନ୍‌ଟିସିଏ ଗାଇଡ୍‌ଲାଇନ୍‌ ଅନୁଯାୟୀ ପୁଣି ଥରେ ତାକୁ ବନ୍ଦୀ କରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ୫ ବର୍ଷ ବୟସର ଏହି ବାଘର ଓଜନ ଅଛି ୧୮୦ କି.ଗ୍ରା ।

tiger-2

ବାଘକୁ ଜଙ୍ଗଲ ଭିତରେ ଫାଙ୍କାରେ ଛଡ଼ା ଯିବା ପରେ ସେ ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରୁ ମଧ୍ୟପ୍ରଦେଶର ପଳାସପାଣି ଅଞ୍ଚଳର ପ୍ରାୟ ୫୧୦ କି.ମି ବୁଲି ୩ ଜଣ ଲୋକଙ୍କୁ ମାରିଥିଲା । ଫଳରେ ବାଘଟିକୁ ନରହନ୍ତା ଘୋଷଣା କରାଯାଇ ପ୍ରାଣୀ ଉଦ୍ୟାନ ହାଜତ ମଧ୍ୟକୁ ପୁଣି ଥରେ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.