ସ୍କ୍ରିନରେ ରୋମାନ୍ସ କରୁଥିବା ନଜର ଆସିବେ ଶୋଏବ ଓ ସାନିଆ, ସାନିଆ ସେୟାର କଲେ ଟିଜର

ଟେନିସ୍ କୁଇନ୍ ସାନିଆ ମିର୍ଜା । ସାନିଆ ମିର୍ଜା ଟେନିସ ଦୁନିଆ ଜଣାଶୁଣା ଚେହେରା। ସାନିଆ ଏକ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି। ଆଉ ଏହି ପ୍ରୋଜେକ୍ଟର ଟିଜର ସାନିଆ ସେୟାର କରିଛନ୍ତି। ଏହି ପ୍ରୋଜେକ୍ଟରେ ସାନିଆ ଏବଂ ସୋଏବ ଏକାଠି ନଜର ଆସିବେ। ଫିଲ୍ମି ପରଦାରେ ଦୁହିଁଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ।

ସାନିଆ ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଯେଉଁ ପ୍ରୋଜେକ୍ଟରେ ମୁଁ କାମ କରୁଛି, ତାହାର ଟିଜର ସେୟାର କରିବା ପାଇଁ ଉତ୍ସାହିତ ରହିଛି। ଏହାର ସଂପୂର୍ଣ୍ଣ ଭର୍ସନ ପାଇଁ ପ୍ରସ୍ତୁତ ରୁହନ୍ତୁ। ଏହା ସହିତ ସାନିଆ#loveisinTheAir ଲେଖିଛନ୍ତି।

 

View this post on Instagram

 

A post shared by Sania Mirza (@mirzasaniar)

କେବଳ ଖେଳ ନୁହେଁ ସାନିଆ ଏବଂ ଶୋଏବ ମଲ୍ଲିକ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍‌ ସଫଳ ରହିଛନ୍ତି। ୧୨ ଏପ୍ରିଲ ୨୦୧୦ରେ ହାଇଦ୍ରାବାଦରେ ପାରମ୍ପରିକ ସମାରୋହରେ ବିବାହ କରିଥିଲେ। ଦୁହିଁଙ୍କର ପୁଅ ମଧ୍ୟ ରହିଛି। ସାନିଆ ଏବଂ ଶୋଏବ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି। ନିକଟରେ ସାନିଆ ଏବଂ ଶୋଏବଙ୍କ ପୁଅ ଦେହ ଅସୁସ୍ଥ ହୋଇଯାଇଥିଲା, ଯାହା ପାଇଁ ଶୋଏବ ତୃତୀୟ ଟି-୨୦ ମ୍ୟାଚ ଛାଡି ଚାଲିଆସିଥିଲେ। ସାନିଆ ନିଜର ଶେଷ ଗ୍ରାଣ୍ଡସ୍ଲାମ ୨୦୧୬ରେ ଅଷ୍ଟ୍ରେଲିଆ ଓପନ ଡବଲ୍ସ ଟାଇଟଲ ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.