Below header

ବିଜେପି ସାଂସଦ ବ୍ରିଜଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂ ହେଲେ WFI ର ଅଧ୍ୟକ୍ଷ, ହାରିଲେ ଅନିତା ଶିଓରାନ

ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (WFI)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ସିଂ ୨୦୦୮ରେ ବାରଣାସୀ କୁସ୍ତି ସଂଘର ଜିଲ୍ଲା ସଭାପତି ହୋଇଥିଲେ । ବିଜେପି ସାଂସଦ ବ୍ରଜଭୂଷଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ।

ବିଜେପି ସାଂସଦ ବ୍ରଜଭୂଷଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (WFI)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ସିଂ ୨୦୦୮ରେ ବାରଣାସୀ କୁସ୍ତି ସଂଘର ଜିଲ୍ଲା ସଭାପତି ହୋଇଥିଲେ । ୨୦୦୯ ମସିହାରେ ଯେତେବେଳେ ଉତ୍ତର ପ୍ରଦେଶ କୁସ୍ତି ସଂଘ ଗଠନ ହୋଇଥିଲା ସେତେବେଳେ ବ୍ରଜ ଭୂଷଣ ଶରଣ ସିଂହ ରାଜ୍ୟ ସଭାପତି ଓ ସଞ୍ଜୟ ସିଂ ଉପସଭାପତି ଥିଲେ ।

ସଞ୍ଜୟ ସିଂହଙ୍କ ମୁକାବିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅନିତା ଶିଓରାନଙ୍କ ସହ ହୋଇଥିଲା । ସେମାନଙ୍କୁ ବିକ୍ଷୋଭକାରୀ କୁସ୍ତିଯୋଦ୍ଧାଙ୍କ ସମର୍ଥନ ମିଳିଥିଲା ।

ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂ ଏବଂ ଅନ୍ୟ କୋଚ ବିରୋଧରେ ଶୋଷଣ ଅଭିଯୋଗ ଆସିବା ପରେ ପୁଣି ଥରେ ନିର୍ବାଚନ ହୋଇଥିଲା । ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗ କରି ଧାରଣାରେ ବସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.