ପ୍ରି-ୱେଡିଙ୍ଗ ସୁଟ ସମୟରେ ବାହାରିଲା ସାପ, ଆଉ ତାପରେ…

ପ୍ରି-ୱେଡିଙ୍ଗ ସୁଟ ସମୟରେ ସାମ୍ନାକୁ ଆସିଲା ସାପ । ଏବେ ଏହି କପଲଙ୍କର ଏହି ସୁଟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏକ ନଦୀରେ ଏହି କପଲ ପ୍ରି-ୱେଡିଙ୍ଗ ସୁଟରେ କ୍ୟାମେରା ପାଇଁ ପୋଜ ଦେବା ସମୟରେ ଏହି ସାପଟି ଆସିଥିଲା ।

ପ୍ରି-ୱେଡିଙ୍ଗ ସୁଟ ସମୟରେ ସାମ୍ନାକୁ ଆସିଲା ସାପ । ଏବେ ଏହି କପଲଙ୍କର ଏହି ସୁଟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏକ ନଦୀରେ ଏହି କପଲ ପ୍ରି-ୱେଡିଙ୍ଗ ସୁଟରେ କ୍ୟାମେରା ପାଇଁ ପୋଜ ଦେବା ସମୟରେ ଏହି ସାପଟି ଆସିଥିଲା । କ୍ଷଣକରେ ଖୁସିର ମୁହୂର୍ତ୍ତ ଏକ ଭୟାନକ ମୁହୂର୍ତ୍ତରେ ପରିଣତ ହୋଇଯାଇଥିଲା । କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାପକୁ ଦେଖିବା ପରେ ମଧ୍ୟ ଏହି କପଲ ଏକଦମ ଶାନ୍ତ ରହିଥିଲେ । ଏହି ସାପ କପଲଙ୍କ ଗୋଡ ଉପର ଦେଇ ଯାଇଥିଲେ ମଧ୍ୟ ତାଙ୍କର କୌଣସି କ୍ଷତି କରିନଥିଲା । ଯାହା ବର୍ତ୍ତମାନ ଲୋକଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଦେଇଛି ।

ଏହି ଭୟାନକ ଘଟଣା ଘଟିବା ସମୟରେ ୨ ଜଣ କ୍ୟାମେରାମ୍ୟାନ ମଧ୍ୟ ସେହି ସ୍ଥାନରେ ଥିଲେ । ସାଧାରଣତଃ ସାପକୁ ଦେଖିବା ମାତ୍ରେ ହି ଲୋକମାନେ ବହୁତ ଭୟଭୀତ ହୋଇଯାଇଥାନ୍ତି କିନ୍ତୁ ଏଠାରେ ଏହି କପଲ ଏବଂ କ୍ୟାମେରାମ୍ୟାନ ସମସ୍ତେ ଖୁବ ଶାନ୍ତ ରହିଥିଲେ ଯାହା ଦେଖି ଲୋକମାନେ ଖୁବ ଆଶ୍ଚର୍ଯ୍ୟ ହେଉଛନ୍ତି । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପ୍ରି-ୱେଡିଙ୍ଗ ସୁଟ କରୁଥିବା ଜଣେ ଫଟୋଗ୍ରାଫର ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ପୋଷ୍ଟକୁ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି, ପ୍ରି-ୱେଡିଙ୍ଗ ସୁଟ ମଝିରେ ଏକ ଭୟାନକ ଏବଂ ମଜାଳିଆ ମୁହୂର୍ତ୍ତ । ସାପ ପ୍ରି-ୱେଡିଙ୍ଗ ସୁଟ ଦେଖିବା ପାଇଁ ଆସିଥିଲା ।

ଏହି ଭିଡିଓ ଏବେ ୟୁଜର୍ସଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଦେଇଛି । ଏହି ପୋଷ୍ଟରେ ଅନେକ ପ୍ରତିକ୍ରିୟା ମଧ୍ୟ ମିଳୁଛି । ଅଧିକାଂଶ ଲୋକ କପଲ ଏଭଳି ଶାନ୍ତ ରହିଥିବାରୁ ତାଙ୍କର ଖୁବ ପ୍ରଶଂସା କରିଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ଦୁହେଁ ବହୁତ ସାହସୀ ଏବଂ ଖୁବ ଭଲ ଭାବରେ ଏହି ପରିସ୍ଥିତିର ସାମ୍ନା କରିଛନ୍ତି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହା ପ୍ରି-ୱେଡିଙ୍ଗ ସୁଟ ନୁହେଁ ଏହା ଏକ ୱାଇଲଡ ଫଟୋସୁଟ । କିଛି ୟୁଜର୍ସ ଏଭଳି ନଦୀରେ ସୁଟ କରିବା ଖୁବ ବିପଦପୂର୍ଣ୍ଣ ବୋଲି. ମଧ୍ୟ କହିଛନ୍ତି ଏବଂ ନଦୀ ବଦଳରେ ସ୍ଵିମିଙ୍ଗ ପୁଲରେ ସୁଟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ପୋଷ୍ଟ ପ୍ରାୟ ୪ ଦିନ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏବେ ଏହି ଭିଡିଓ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.