ଆପଣଙ୍କ ରିଲେସନ୍‌ସିପ୍‌ରେ ବାରମ୍ବାର ଝଗଡା ହେଉଛି କି ? ଆପଣନ୍ତୁ ଏହି ଆଇଡିଆ ସବୁ ଠିକ୍‌ ହେବ

ଯେତେବେଳେ ଆମେ ଏକ ନୂତନ ସମ୍ପର୍କକୁ ଯାଇଥାଉ ସେତେବେଳେ ସେଥିରେ ବହୁତ ଭଲ ପାଇବା ରହିଥାଏ, ଆମେ ପରସ୍ପର ସହିତ ସମୟ ବିତାଇବାକୁ ପସନ୍ଦ କରିଥାଉ କିନ୍ତୁ ସମୟ ସହିତ ଆମେ ସମ୍ପର୍କରେ ଲଭ୍‌ର ଅଭାବ ଅନୁଭବ ହେବା ଆରମ୍ଭ ହୋଇଯାଏ ।

ସମ୍ପର୍କ ଗୋଟିଏ ଏପରି ଶବ୍ଦ ଯାହା ଜଣେ ଲୋକ ସହ ଅନ୍ୟ ଜଣେ ଲୋକକୁ ଯୋଡି ରଖିଥାଏ । ଯେତେବେଳେ ଆମେ ଏକ ନୂତନ ସମ୍ପର୍କକୁ ଯାଇଥାଉ ସେତେବେଳେ ସେଥିରେ ବହୁତ ଭଲ ପାଇବା ରହିଥାଏ, ଆମେ ପରସ୍ପର ସହିତ ସମୟ ବିତାଇବାକୁ ପସନ୍ଦ କରିଥାଉ କିନ୍ତୁ ସମୟ ସହିତ ଆମେ ସମ୍ପର୍କରେ ଭଲପାଇବାର ଅଭାବ ଅନୁଭବ ହେବା ଆରମ୍ଭ ହୋଇଯାଏ । ଗୋଟିଏ ରିଲେସନ୍‌ସିପ୍‌ରେ ଯେତେବେଳେ ଆପଣ ନିଜ ପାର୍ଟନରଙ୍କ ସହିତ ରହିଥାନ୍ତି ସେତେବେଳେ ବିଶେଷ କିଛି ଅନୁଭବ ହୁଏ ନାହିଁ । ତେବେ ପ୍ରତ୍ୟେକ ସମ୍ପର୍କକୁ ଏହି ପର୍ଯ୍ୟାୟ ଦେଇ ଯିବାକୁ ପଡିଥାଏ । ତେଣୁ ଏଥିରେ ବିରକ୍ତ ହେବା ଏବଂ ଅଦରକାରୀ ଜିନିଷ ଭାବିବା ପରିବର୍ତ୍ତେ, ଏହାକୁ କିପରି ଦୂର କରାଯିବ ତାହା ଜାଣିବାକୁ ଚେଷ୍ଟା କରିବା ଉଚିତ୍ । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ବହୁତ ଭଲ ହୋଇଯାଏ । ଏପରି ମଧ୍ୟ ପରସ୍ପର ମଧ୍ୟରେ କେବେ ହେଲେ ଭଲ ପାଇବା କମ୍‌ ହେବ ନାହିଁ ।

ଯଦି ଆପଣ ଗୋଟିଏ ସମ୍ପର୍କରେ ଅଛନ୍ତି, ତାହେଲେ ଆପଣଙ୍କୁ ନିଜ ପାର୍ଟନର ସହ ଆପଣଙ୍କ ସମସ୍ତ ବିଚାର ବିଷୟରେ କଥା ହେବା ନିହାତି ଦରକାର ହୋଇଥାଏ । କେବଳ ବାର୍ତ୍ତାଳାପ ମାଧ୍ୟମରେ ଏପରି କାର୍ଯ୍ୟ କରାଯାଇପାରିବ । ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ପାର୍ଟନର ଚୁପ୍ ରହି ଆପଣଙ୍କ ଚିନ୍ତାଧାରା ବୁଝି ପାରିବେ, ତେବେ ଏପରି ହେଲେ ଆପଣ ତାଙ୍କ ଠାରୁ ଅନେକ ଥର ନିରାଶ ହେବ । ଖୋଲାଖୋଲି ଭାବରେ ସେମାନଙ୍କୁ କୁହ ଯେ ଆପଣ ସେହି ସଂପର୍କରେ କିପରି ଅନୁଭବ କରୁଛନ୍ତି । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କରେ ମଧୁରତା ଆସିଯିବ ଏବଂ ଆପଣ ଖୁସିରେ ରହିବେ ।

କୌଣସି ନୂଆ ସ୍ଥାନକୁ ବୁଲିବାକୁ ଯାଆନ୍ତୁ :
ଘର, ପରିବାର ଏବଂ ପିଲାମାନଙ୍କର ଦାୟିତ୍ୱ ଯୋଗୁଁ ଅନେକ ସମୟରେ ସମ୍ପର୍କ ଖରାପ ହୋଇଯାଏ । କାରଣ ଏଗୁଡ଼ିକରେ ଫସି ରହିବା ହେତୁ, ପ୍ରାୟତଃ ଆପଣ ନିଜ ସାଥୀକୁ ପୂର୍ବ ପରି ଅଧିକ ସମୟ ଦେଇ ପାରନ୍ତି ନାହିଁ । ତେଣୁ ଯଦି ଆପଣ ଏହି ଦାୟିତ୍ୱରୁ ଟିକେ ବିଶ୍ରାମ ନେଇ ପାରିବେ, ଏବଂ ଆପଣ ନିଜ ପାର୍ଟନରଙ୍କୁ କୌଣସି ନୂଆ ସ୍ଥାନକୁ ନେବେ ଏହା ଆପଣଙ୍କ ସମ୍ପର୍କ ପାଇଁ ବହୁତ ଭଲ ହେବ ।

ନିଜ ପାର୍ଟନରଙ୍କୁ ଉପହାର ଦିଅନ୍ତୁ :
ଆପଣମାନେ ତ ଜାଣିଥିବେ ଯେ କିଏ ବା ଉପହାର ପସନ୍ଦ କରେ ନାହିଁ, ସେଥିପାଇଁ ଆପଣ ନିଜ ପାର୍ଟନରଙ୍କୁ କିଛି ନା କିଛି ଉପହାର ଦେବା ଉଚିତ । ଯେପରି ଆପଣ ନିଜ ସାଥୀଙ୍କୁ ତାଙ୍କ ପସନ୍ଦର ଉପହାର ଦେଇ ପାରିବେ । ଆପଣ ଏପରି ମଧ୍ୟ ସେମାନଙ୍କର ପ୍ରିୟ ଖାଦ୍ୟ ପ୍ରସ୍ତୁତ କରନ୍ତୁ, ବାହାଘରର ଯୋଜନା କରନ୍ତୁ, ସେମାନଙ୍କୁ ଡେଟ୍‌କୁ ନିଅନ୍ତୁ । ଏପରି ଅନେକ କାମ କରି ଆପଣ ନିଜ ପାର୍ଟନରଙ୍କୁ ଖୁସି ରଖିବା ସହ ନିଜ ସମ୍ପର୍କ ଖରାପ ହେବାରୁ ବଞ୍ଚାଇ ପାରିବେ ।

ନିଜ ପାର୍ଟନରଙ୍କ ସହ ଅଧିକ ସମୟ ବିତାନ୍ତୁ :
ଯଦି ଆପଣ ନିଜ ସମ୍ପର୍କରେ ବିରକ୍ତିକର ଅଂଶକୁ ହଟାଇବାକୁ ଚାହୁଁଛନ୍ତି, ତାହେଲେ ଆପଣ ପରସ୍ପର ସହିତ ଯଥାସମ୍ଭବ ସମୟ ବିତାନ୍ତୁ । ଯଦି ଆପଣ ଦୁଇ ଜଣ ଅଫିସ୍‌ରେ କାମ କରୁଛନ୍ତି, ତେବେ ସ୍ୱାଭାବିକ ଯେ ଆପଣଙ୍କ ପାଖରେ ସମୟ କମ ହେବ, କିନ୍ତୁ ଏହି କମ୍‌ ସମୟରେ ମଧ୍ୟ ଆପଣ ପରସ୍ପରକୁ ସମୟ ଦେବା ଉଚିତ୍ । ଯେପରି ଏକତ୍ର ସନ୍ଧ୍ୟା ଚା ପିଇବାକୁ ଚେଷ୍ଟା କରନ୍ତୁ । ଫୋନରେ ବ୍ୟସ୍ତ ରହିବା କିମ୍ବା ଏକାକୀ ସପିଂ କରିବା ପରିବର୍ତ୍ତେ କୌଣସି ଫିଲ୍ମ କିମ୍ବା କିଛି ମଜାଳିଆ ସିରିଜ୍ ଦେଖିବା ପାଇଁ ଏକାଠି ଯାଆନ୍ତୁ । ଏପରି କରିବା ଦ୍ୱାରା ଆପଣ ଦୁଇ ଜଣଙ୍କ ମଧ୍ୟରେ ଭଲ ବୁଝା ରହିଥାଏ ଏବଂ ସମ୍ପର୍କ ବହୁତ ସୁଦୃଢ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.