ବିଶ୍ୱକପ୍ ଜିତିବା ପରେ ଭାବବିହ୍ଵଳ ହୋଇପଡିଲେ ଶେଫାଳୀ, କାନ୍ଦି କାନ୍ଦି ଦେଲେ ଏଭଳି ବୟାନ
ଅଣ୍ଡର-୧୯ ଭାରତୀୟ ମହିଳା କ୍ରିକେଟ ଟିମ୍ ଇଂଲଣ୍ଡକୁ ୭ ଓ୍ଵିକେଟରେ ହରାଇ ବିଶ୍ୱକପ ହାତେଇଛି । ଟ୍ରଫି ହାସଲ କରି ଭାରତୀୟ ଦଳର ଅଧିନାୟକ ଶେଫାଳୀ ବର୍ମା ସମସ୍ତଙ୍କୁ ଉପହାର ଦେଇଛନ୍ତି । ଆଉ ମ୍ୟାଚ୍ ଜିତିବା ପରେ ଭାବବିହ୍ଵଳ ହୋଇପଡିଛନ୍ତି ଶେଫାଳୀ ।
ଅଣ୍ଡର-୧୯ ବିଶ୍ୱକପ ଜିତିବା ପରେ ଭାରତୀୟ ଅଧିନାୟିକା ଶେଫାଳୀ କହିଛନ୍ତି, ସମସ୍ତେ ଯେଉଁଭଳି ପ୍ରଦର୍ଶନ କରି ପରସ୍ପରର ସମର୍ଥନ କରିଥିଲେ । ସବୁଠାରୁ ଖୁସି କଥା ହେଉଛି, ଏହା ଅବିଶ୍ୱସନୀୟ ସଫଳତା । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ଆଉ ଏହି ସମୟରେ ଶେଫାଳୀ ଭାବୁକ ହୋଇପଡିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି, ‘ମୋତେ ଏଭଳି ଟିମ୍ ଦେଇଥିବାରୁ ବିସିସିଆଇକୁ ଧନ୍ୟବାଦ’ । ଆଉ ବିଶ୍ୱକପ ଜିତିବା ପରେ ବାସ୍ତବରେ ମୁଁ ବହୁତ ଖୁସି। ଆଉ ଟୁର୍ଣ୍ଣାମେଣ୍ଟରେ ଶ୍ୱେତା ସହରାବତ,ଅର୍ଚ୍ଚନା, ସୌମ୍ୟା ଏବଂ ଅନ୍ୟ ଖେଳାଳି ସମସ୍ତେ ଅବିଶ୍ୱସନୀୟ କାମ କରିଥିଲେ ।
emotional shafali Verma after winning the final 🥺🥺 🏆🇮🇳🇮🇳 #U19T20WorldCup #indvseng pic.twitter.com/U8G7K1U43j
— sameer khan⁴⁵ (@Mohamma79230816) January 29, 2023
ଅଣ୍ଡର-୧୯ ବିଶ୍ୱକପ ଜିତିବା ପରେ ଟି-୨୦ ବିଶ୍ୱକପ ବିଜୟ ଲକ୍ଷ୍ୟରେ ରହିଛନ୍ତି ଶେଫାଳୀ । ଦକ୍ଷିଣ ଆଫ୍ରିକାରେ ୧୦ ରୁ ୨୬ ଫେବୃଆରୀ ମଧ୍ୟରେ ଟି-୨୦ ବିଶ୍ୱକପ ହେବାର ରହିଛି। ଯାହାକୁ ଶେଫାଳୀ ଜିତିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ସୂଚନାଯୋଗ୍ୟ, ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୨୦୨୦ରେ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୫ ରନର ପିଛା କରି ଭାରତ ୯୯ ରନରେ ଅଲଆଉଟ ହୋଇଥିଲା ।
ପ୍ରଥମଥର ଆୟୋଜିତ ହୋଇଥିବା ୧୯ ବର୍ଷରୁ କମ୍ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ କ୍ରିକେଟ୍ରେ ଭାରତୀୟ ଦଳ ପ୍ରଥମ ଟାଇଟଲ୍ ଜିତି ଇତିହାସ ରଚିଥିଲା । ଦକ୍ଷିଣ ଆଫ୍ରିକାର ପୋଚଫଷ୍ଟୁମ ଠାରେ ଖେଳା ଯାଇଥିବା ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୬୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ପରେ ଭାରତ ମାତ୍ର ୧୪ ଓଭରରେ ୩ ଓ୍ଵିକେଟ୍ ହରାଇ ୬୯ ରନ୍ କରି ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ଟି. ସାଧୁ, ପାର୍ଶ୍ୱି ଚୋପଡ଼ା ଏବଂ ଅର୍ଚ୍ଚନା ଦେବୀ ୨ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଥିଲେ । ସେହିପରି ବ୍ୟାଟିଂରେ ଜିତିବା ପାଇଁ ସେମାନଙ୍କୁ ବେଶି ସମୟ ଲାଗି ନଥିଲା ।
A special message from Lucknow for India’s ICC Under-19 Women’s T20 World Cup-winning team 🙌 🙌#TeamIndia | #U19T20WorldCup pic.twitter.com/g804UTh3WB
— BCCI (@BCCI) January 29, 2023