ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ, ଶତକ ମାରିଲେ ଶୁଭମନ ଗିଲ
ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଚତୁର୍ଥ ଟେଷ୍ଟ ମ୍ୟାଚ ଅହମଦାବାଦରେ ଖେଳାଯାଉଛି । ଭାରତ ତୃତୀୟଦିନ ଖେଳରେ ୨ ଉଇକେଟ ହରାଇ ଟି ବ୍ରେକ ସୁଦ୍ଧା ଭାରତ ୧୯୨ ରନ କରିଛି

ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଅହମଦାବାଦରେ ଖେଳାଯାଉଛି । ଭାରତ ତୃତୀୟଦିନ ଖେଳରେ ୨ ଉଇକେଟ ହରାଇ ଟି ବ୍ରେକ ସୁଦ୍ଧା ଭାରତ ୧୯୨ ରନ କରିଛି । ଆଉ ଶୁଭମନ ଗିଲଙ୍କ ଅପରାଜିତ ୧୦୩ ରନ ମାରିଛନ୍ତି । ଅଷ୍ଟ୍ରେଲିଆ ଟିମ ପ୍ରଥମ ଇନିଂସରେ ୪୮୦ ରନ କରିଥିଲା । ତେବେ ଭାରତ ପକ୍ଷରୁ ରୋହିତ ଶର୍ମା ୩୫ ରନ ଏବଂ ପୂଜାରା ୪୨ ରନ କରିଛନ୍ତି ।
ରୋହିତ ଶର୍ମା ଆଜି ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟର ତୃତୀୟ ଦିନରେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଆଜି ୧୭ ହଜାର ରନ ପୂରଣ କରିଛନ୍ତି। ସେ ଭାରତର ୭ମ ବ୍ୟାଟର ଭାବେ ଏପରି ରେକର୍ଡ କରିଛନ୍ତି । ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ କ୍ଲବରେ ରୋହିତ ଏବେ ସାମିଲ ହୋଇଯାଇଛି। ସେ ୬ଷ୍ଠ ବ୍ୟାଟର ଭାବେ ଭାରତ ପାଇଁ ୧୭ ହଜାର କିମ୍ବା ତା’ଠାରୁ ଅଧିକ ରନ କରିଥିବା ବେଳେ ୭ମ ଭାରତୀୟ ଭାବେ ଏପରି ରେକର୍ଡକୁ ଅତିକ୍ରମ କରିଛନ୍ତି।
୬୬୪ଟି ମ୍ୟାଚ୍ରେ ସଚିନ ତେନ୍ଦୁଲକର୍ ୩୪,୩୫୭ ରନ୍
୪୯୪ଟି ମ୍ୟାଚ୍ରେ ବିରାଟ କୋହଲି ୨୫,୦୪୭ ରନ୍
୫୦୪ଟି ମ୍ୟାଚ୍ରେ ରାହୁଲ୍ ଦ୍ରାବିଡ଼ ୨୪,୦୬୪ ରନ୍
୪୨୧ଟି ମ୍ୟାଚ୍ରେ ସୌରଭ ଗାଙ୍ଗୁଲି ୧୮, ୪୩୩ ରନ୍
୫୩୫ ମ୍ୟାଚ୍ରେ ଏମ୍ଏସ୍ ଧୋନି ୧୭,୦୯୨ ରନ୍
୪୭୮ଟି ମ୍ୟାଚ୍ରେ ବୀରେନ୍ଦର୍ ସେହ୍ବାଗ୍ ୧୭,୨୫୩ ରନ୍
୪୩୮ଟି ମ୍ୟାଚ୍ରେ ରୋହିତ ଶର୍ମା ୧୭,୦୦୦ ରନ୍