T20 ବିଶ୍ୱକପ୍‌ରେ ପରାଜୟ ପରେ ହେବ ଅଦଳବଦଳ, କିଛି ବରିଷ୍ଠ ଖେଳାଳି ହୋଇପାରନ୍ତି ଦଳରୁ ବିଦା

କେନ୍ୟୁଜ୍(ବ୍ୟୁରୋ): ଟି-ଟ୍ବେଣ୍ଟି ବିଶ୍ୱକପ୍‌ରେ ପରାଜୟ ପରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ । ଆଗାମୀ ଦୁଇ ବର୍ଷ ପାଇଁ ଭାରତୀୟ ଟି-ଟେ୍ଵଣ୍ଟି ଦଳରେ ଅଦଳବଦଳ ସମ୍ଭାବନା । ୨୦୨୪ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଆକ୍ସନ ମୁଡ୍‌ରେ ବିସିସିଆଇ । ଦଳରୁ ବାଦ୍‌ ପଡିପାରନ୍ତି ବରିଷ୍ଠ ଖେଳାଳି ।

ରୋହିତ ଶର୍ମା, ବିରାଟ କୋହଲି, କେ ଏଲ୍‌ ରାହୁଲ, ରବିଚନ୍ଦ୍ରନ୍‌ ଅଶ୍ୱିନୀଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ଧୀରେ ଧୀରେ ଟିମ୍‌ରୁ ବାହାର କରାଯାଇପାରେ । ଦିନେଶ କାର୍ତ୍ତିକଙ୍କ କ୍ୟାରିଅରେ ମଧ୍ୟ ପୂର୍ଣ୍ଣଛେଦ ପଡିପାରେ ।  ଭୁବନେଶ୍ୱର କୁମାରଙ୍କ କ୍ୟାରିଅର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୁଇ ବର୍ଷ ପରେ ଆମେରିକାରେ ହେବ ଆସନ୍ତ ଟି-ଟେ୍ଵଣ୍ଟି ବିଶ୍ୱକପ୍‌ । ଆଗାମୀ ବିଶ୍ୱକପ୍‌ ପାଇଁ ଏବେଠୁ ବିସିସିଆଇ ଆରମ୍ଭ କରିବ ପ୍ରସ୍ତୁତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.