ବିନା କୌଣସି ନେଟଓ୍ଵାର୍କ ଇସ୍ୟୁରେ ୫ଜି ସର୍ଭିସର ଉଠାନ୍ତୁ ବଢ଼ିଆ ଫାଇଦା, ଜିଓର ୫ଜି ସର୍ଭିସ ଦେଉଛି ଏହିସବୁ ସୁବିଧା

ଯଦି ଆପଣ ୫ଜି ସେବାର ଲାଭ ଏପର୍ଯ୍ୟନ୍ତ ଉଠାଇ ନାହାଁନ୍ତି ତେବେ ଏହି ଭିଡ଼ିଓ ଦେଖି ନିଅନ୍ତୁ। ଯଦି ଆପଣ ଅସଲି ୫ଜି ନେଟଓ୍ଵାର୍କ ସର୍ଭିସର ମଜା ଉଠାଇବାକୁ ଚାହୁଁଛନ୍ତି ତେବେ ଜିଓର ସର୍ଭିସକୁ ବ୍ୟବହାର କରନ୍ତୁ। ଏମିତିରେ ଆପଣ ସୁପର ଫାଷ୍ଟ ଇଣ୍ଟରନେଟ ସ୍ପିଡ ପାଇପାରିବେ।

ଭାରତରେ ୫ଜି ସର୍ଭିସ ଲଞ୍ଚ ହେବାର ବହୁତ ସମୟ ହୋଇଗଲାଣି। ଏବେ ଜିଓ ବି ନିଜ ୫ଜି ସର୍ଭିସକୁ ମାର୍କେଟକୁ ଆଣିଛି। ଅନେକ ଲୋକଙ୍କୁ ଏହାର ସର୍ଭିସ ମିଳିବା ଆରମ୍ଭ ହୋଇଗଲାଣି। ଜାଣି ରଖନ୍ତୁ ଯେ ଜିଓର ୫ଜି ସର୍ଭିସ ଅନ୍ୟ କମ୍ପାନୀର ସର୍ଭିସ ଠାରୁ ଭିନ୍ନ ରହିଛି। ଏହା ପଛରେ କାରଣ ମଧ୍ୟ ଖାସ ରହିଛି। ଯଦି ଜାଣି ନାହାନ୍ତି କେମିତି? ତେବେ ଏବେ ଜାଣନ୍ତୁ।

ଜିଓ ୫ଜି ଷ୍ଟାଣ୍ଡ ଆଲୋନ୍‌ ନେଟଓ୍ଵାର୍କକୁ ସର୍ପୋଟ କରେ। କିନ୍ତୁ ଅନ୍ୟ କମ୍ପାନୀ ଏହାକୁ ସପୋର୍ଟ କରିବ ନାହିଁ। କେବଳ ଜିଓ କମ୍ପାନୀ ଏହାକୁ ନେଇ କାମ କରିବ । ସୂଚନା ଅନୁସାରେ କମ୍ପାନୀ ଏହା ଉପରେ ଟଙ୍କା ମଧ୍ୟ ଖର୍ଚ୍ଚ କରିଛି। ଏମିତିରେ ଅନ୍ୟ କମ୍ପାନୀ କମ ଖର୍ଚ୍ଚ କରି ଏହା ସ୍ଥାନରେ ନନ ଷ୍ଟାଣ୍ଡ ଅଲୋନ ନେଟଓ୍ଵାର୍କର ବ୍ୟବହାର କରୁଛି। ତେଣୁ ଏହାକୁ ନେଇ ସ୍ପିଡରେ କିଛି ସମସ୍ୟା ଆସିବ ନାହିଁ ବୋଲି ଶୁଣିବାକୁ ମିଳିଛି।

ଷ୍ଟାଣ୍ଡ ଆଲୋନ ନେଟଓ୍ଵାର୍କ ସମ୍ପୂର୍ଣ୍ଣ ରୂପେ ନୂଆ ପ୍ଲାଟଫର୍ମ। ଯାହା ସାହାଯ୍ୟରେ ୫ଜି ସର୍ଭିସକୁ ଭଲ ଭାବେ ବ୍ୟବହାର କରିହେବ। ଏହାକୁ ପ୍ରସ୍ତୁତ କରିବା ପାଇଁ ୪ଜି ପ୍ଲାଟଫର୍ମର ବ୍ୟବହାର ହୋଇନାହିଁ। ତେଣୁ ଏହା ହାଇସ୍ପିଡ ଇଣ୍ଟରନେଟ ପ୍ରୋଭାଇଡ କରିବ। ଏହାବ୍ୟତିତ କଲ କ୍ୱାଲିଟିର ମଧ୍ୟ ଜବରଦସ୍ତ ରହିବ। ୫ଜି ସର୍ଭିସକୁ ଠିକ ଭାବେ ଚଲାଇବାରେ ଏହା ଖୁବ ସାହଯ୍ୟ କରିବ ।ତେଣୁ ଜିଓ କେବଳ ଏହାସହିତ ଟାଇ ଅପ୍‌ କରିଛି। କମ୍ପାନୀ ଏଥିରେ ମିଶି କାମ କରୁଛି। ଯାହାପରେ ୟୁଜର୍ସଙ୍କୁ ଭଲ ୫ଜି ସର୍ଭିସ ପ୍ରୋଭାଇଡ଼ କରିବ।

ତେଣୁଏହାକୁ ଦେଖିଲେ ଅନ୍ୟ ପ୍ଲାଟଫର୍ମ ୫ଜି ସର୍ଭିସ ଦେଲେ ମଧ୍ୟ ଏହାର ସ୍ପିଡ ତଥା କ୍ୱାଲିଟି କୁ ନେଇ ଫରକ ଦେଖାଯିବ। ନେଟଓ୍ଵାର୍କକୁ ନେଇ ସମସ୍ୟା ମଧ୍ୟ ହୋଇପାରେ । ଏହି କମ୍ପାନୀ ନନ ଷ୍ଟାଣ୍ଡ ଆଲୋନ ୫ଜି ନେଟଓ୍ଵାର୍କ ପ୍ରୋଭାଇଡ଼ କରୁଛନ୍ତି। ଯାହାର ଇନଫ୍ରାଷ୍ଟକଚର ପୂର୍ଣ୍ଣ ରୁପେ ୪ଜି ନେଟଓ୍ଵାର୍କ ଆଧାରିତ। ତେଣୁ କ୍ୱାଲିଟିରେ ଫରକ ପଡ଼ିବା ସାଧାରଣ କଥା।

ତେଣୁ ଯଦି ଆପଣ ୫ଜି ସର୍ଭିସ ଭଲ ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ଜିଓର ସର୍ଭିସକୁ ଆପଣାନ୍ତୁ। ଏଥିରେ ଆପଣ ବିନା କୌଣସି ନେଟଓ୍ଵାର୍କ ସମସ୍ୟାରେ ସର୍ଭିସ ବଢ଼ିଆ ଫାଇଦା ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.