କେଶରେ ଏହିପରି ଭାବେ ଲଗାନ୍ତୁ ଭୃଙ୍ଗରାଜ; କେଶ ହେବ ଘନ ଓ ମୁଲାୟମ୍‌

ଆୟୁର୍ବେଦରେ ଭୃଙ୍ଗରାଜ କେଶ ପାଇଁ ଅତ୍ୟନ୍ତ ଚମତ୍କାରୀ ବୋଲି କୁହାଯାଇଛି। ଏହା କେବଳ ଗୋଟିଏ କି ଦୁଇଟି ନୁହେଁ, ବରଂ କେଶର ଅନେକ ସମସ୍ୟାକୁ ଦୂର କରିଥାଏ। ଏଥିରେ ଆଇରନ୍‌, ମ୍ୟାଗ୍ନେସିୟମ୍‌, ଭିଟାମିନ୍ ଇ ଏବଂ ଭିଟାମିନ୍ ଡି ଭରପୂର ମାତ୍ରାରେ ରହିଛି। ଯଦି ଆପଣ କେଶର ସଠିକ୍ ଯତ୍ନ ନେବାକୁ ଚାହୁଁଛନ୍ତି, ତା’ ହେଲେ କେଶରେ ଭୃଙ୍ଗରାଜ ଲଗାଇ ପାରିବେ। କିନ୍ତୁ ଏହାକୁ ବ୍ୟବହାର କରିବାର ଅନେକ ଭିନ୍ନ ଭିନ୍ନ ଉପାୟ ଅଛି, ଯାହାକୁ ଆପଣ ଜାଣିନେବା ଉଚିତ୍‌। ଭୃଙ୍ଗରାଜରୁ କେଶକୁ ଭରପୂର ପୋଷଣ ମିଳିପାରିବ।

କେଶ ପାଇଁ ଭୃଙ୍ଗରାଜର ଫାଇଦା

-ଭୃଙ୍ଗରାଜ ବ୍ୟବହାର କଲେ କେଶ ଜଲ୍‌ଦି ବଢ଼ିଥାଏ।

-ଯଦି ଆପଣ କେଶ ଝଡ଼ିବା ସମସ୍ୟାରେ ପଡ଼ିଛନ୍ତି, ତା’ ହେଲେ ଭୃଙ୍ଗରାଜ ବ୍ୟବହାର କରିପାରିବ।

-ଭୃଙ୍ଗରାଜରୁ ହେୟାର ଫଲିକଲ୍ସକୁ ଫାଇଦା ମିଳିଥାଏ ଏବଂ ଭୃଙ୍ଗରାଜ ତେଲ ଲଗାଇଲେ କେଶ ଜଲ୍‌ଦି ବଢ଼ିଥାଏ।

-ରୂପି ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ଭୃଙ୍ଗରାଜ ଲାଭଦାୟକ ପ୍ରମାଣିତ ହୋଇଥାଏ।

-ଏହା କେଶକୁ ମଜଭୁତ କରିଥାଏ।

-ସମୟ ପୂର୍ବରୁ କେଶ ପାଚିବା ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ଆପଣ ଭୃଙ୍ଗରାଜ ପ୍ରୟୋଗ କରି ପାରିବେ।

-ଶୁଷ୍କ ତାଳୁକୁ ଆର୍ଦ୍ର କରିବାରେ ଭୃଙ୍ଗରାଜ ତେଲ ସହାୟକ ହୋଇଥାଏ।

-କେଶ ହେଲ୍‌ଦି ଦେଖାଯିବା ପାଇଁ ଆପଣ ଭୃଙ୍ଗରାଜ ଲଗାଇ ପାରିବେ। ଏହା କେଶକୁ ଚମକ ମଧ୍ୟ ଦେଇଥାଏ।

କେମିତି କରିବେ ବ୍ୟବହାର

ଲମ୍ବା କେଶ: ସାଧାରଣ ତେଲ ପରି ଆପଣ କେଶରେ ଭୃଙ୍ଗରାଜ ତେଲ ମାଲିସ୍ କରି ପାରିବେ। ମୁଣ୍ଡ ଧୋଇବାର ଅଧ ଘଣ୍ଟା ପୂର୍ବରୁ ଭୃଙ୍ଗରାଜ ତେଲ ଲଗାନ୍ତୁ। ଏହା କେଶକୁ ବଢ଼ାଇବା ଏବଂ ଚମକଦାର କରିବାରେ ପ୍ରଭାବଶାଳୀ ହୋଇଥାଏ।

ଧଳା କେଶ: ଭୃଙ୍ଗରାଜର ହେୟାର ମାସ୍କ ମଧ୍ୟ ତିଆରି କରାଯାଇ ପାରିବ। ଧଳା କେଶରୁ ମୁକ୍ତି ପାଇବା ପାଇଁ ଭୃଙ୍ଗରାଜକୁ ପେସନ୍ତୁ ଏବଂ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କେଶରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ।

ରୂପି: ଯଦି କେଶରେ ରୂପି ହୋଇଛି, ତା’ ହେଲେ ଭୃଙ୍ଗରାଜ ଲଗାନ୍ତୁ। ଏଥିପାଇଁ ଅଁଳା ପାଉଡରରେ ଭୃଙ୍ଗରାଜ ପାଉଡର ମିଶାଇ ପାଣିରେ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁଣ୍ଡରେ ୧୫ ମିନିଟ୍ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ।

You might also like