ବିଶ୍ୱକପ୍‌ : ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଦେଲା ୩୨୬ ରନ୍‌ର ଟାର୍ଗେଟ୍‌

ଲଣ୍ଡନ୍‌ : ଡୁ ପ୍ଲେସିସ୍‌ଙ୍କ ୯୪ ବଲ୍‌ରେ ଶତକ ଏବଂ ଡିକକ୍‌ ଓ ଡୁସେନ୍‌ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା କରିଛି ୩୨୫ ରନ୍‌ ।
ମାଞ୍ଚେଷ୍ଟରରେ ଖେଳା ଯାଉଥିବା ଚଳିତ ଆଇସିସି ବିଶ୍ୱକପ୍‌-୨୦୧୯ର ଶେଷ ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫୦ ଓଭର୍‌ ଖେଳି ୬ ଓ୍ଵିକେଟ୍‌ରେ ୩୨୫ ରନ୍‌ କରି ପାରିଥିଲା । ଏହି ଦିବାରାତ୍ର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପ୍ନର ମାର୍କରାମ ୩୪, ଡିକକ୍‌ ୫୨, ଡୁ ପ୍ଲେସିସ୍‌ ୧୦୦ ରନ୍‌ କରିଛନ୍ତି । ତେବେ ଭାନ୍‌ ଡେର୍‌ ଡୁସେନ୍‌ ୯୭ ବଲ୍‌ରେ ୯୫ ରନ୍‌ କରି ଆଉଟ୍‌ ହେବା ସହ ମାତ୍ର ୫ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଓ ଲୟନ୍‌ ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି ।
ଏହି ମ୍ୟାଚ୍‌ ଜିତିଲେ ଅଷ୍ଟ୍ରେଲିଆ ୧୬ ପଏଣ୍ଟ ସହ ତାଲିକା ଶୀର୍ଷ ସ୍ଥାନ ବଜାୟ ରଖିବ । ଆଉ ଯଦି ଦକ୍ଷିଣ ଆଫ୍ରିକା ଜିତେ ତେବେ ୭ ପଏଣ୍ଟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.