ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲା , ଶ୍ରୀସନ୍ଥଙ୍କ ଉପରୁ ଆଜୀବନ ବ୍ୟାନ୍‌ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ୟୁଜ୍) : ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ଟିମ୍‌ ଇଣ୍ଡିଆର ପୂର୍ବତନ ପେସ୍‌ ବୋଲର ଏସ୍‌. ଶ୍ରୀସନ୍ଥଙ୍କୁ ଆଶ୍ୱସ୍ତି । ଶ୍ରୀସନ୍ଥଙ୍କୁ ଉପରୁ ଆଜୀବନ ବ୍ୟାନ୍‌ ହଟାଇଲେ ସୁପ୍ରିମକୋର୍ଟ । ତିନି ମାସ ମଧ୍ୟରେ ଶ୍ରୀସନ୍ଥଙ୍କ ବିଷୟରେ ନିଷ୍ପତ୍ତି ନେବାକୁ କୋର୍ଟ ବିସିସିଆକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଶ୍ରୀସନ୍ଥଙ୍କ ପକ୍ଷ ଶୁଣିବା ଆବଶ୍ୟକ । ଏହା ପରେ ଦଣ୍ଡ ପରିମାଣ ଉପରେ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି । ୨୦୧୩ରେ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ଶ୍ରୀସନ୍ଥଙ୍କୁ ଦୋଷୀ କରାଇବା ସହ ଆଜୀବନ ବ୍ୟାନ୍‌ ଲଗାଇଥିଲା । ଏହା ବିରୋଧରେ ଶ୍ରୀସନ୍ଥ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଶ୍ରୀସନ୍ଥଙ୍କ ବିରୋଧରେ ଭ୍ରଷ୍ଟାଚାର ଓ ସଟ୍ଟା କାରବାର କରିଥିବା ଅଭିଯୋଗ ଥିବା କୋର୍ଟକୁ ଜଣାଇଥିଲା ବିସିସିଆଇ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.