ଟି-୨୦ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ପ୍ରସ୍ତୁତ ନ୍ୟୁଜିଲାଣ୍ଡ, ପ୍ରଥମ ଥର ଫାଇନାଲ ଖେଳିବେ ଦୁଇ ଦଳ

ଆସନ୍ତାକାଲି ଟି-୨୦ ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ। ଅଷ୍ଟ୍ରେଲିଆ ଦ୍ୱିତୀୟ ଥର ପାଇଁ ଫାଇନାଲ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇବ। କିନ୍ତୁ ନ୍ୟୁଜିଲାଣ୍ଡ ପାଇଁ ଏହା ପ୍ରଥମ ସୁଯୋଗ। ଦୁଇଟି ଯାକ ଦଳ ଟି-୨୦ ଟ୍ରଫି ଏଯାଏଁ ହାସଲ କରିପାରିନାହିଁ। ତେବେ ଏମିତିରେ ଆଉ ଏକ ନୂଆ ଚାମ୍ପିଅନ ହେବାକୁ ଯାଉଛି। େଓ୍ଵଷ୍ଟଇଣ୍ଡିଜ ସର୍ବାଧିକ ୨ଟି ଟି-୨୦ ଟାଇଟଲ ଜିତିଥିଲା। ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ଥରେ ଥରେ ଟାଇଟଲ ହାସଲ କରିଛନ୍ତି। ଏହି ଫାଇନାଲ୍‌ରେ ଭାରତୀୟ ଖେଳାଳିଙ୍କ ବଦଳରେ ଭାରତୀୟ ଅମ୍ପାୟର ନୀତିନ ମେନନଙ୍କୁ ନିଜର ଦକ୍ଷତା ଦେଖାଇବାର ସୁଯୋଗ ମିଳିବ।

ଦୁଇ ଟିମ୍‌ ମଧ୍ୟରେ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ସର୍ବଦା ନ୍ୟୁଜିଲାଣ୍ଡ ଉପରେ ବେଶ୍‌ ପ୍ରଭାବ ପକାଇଛି। ଗ୍ରୁପ ପର୍ଯ୍ୟାୟ ଅନୁଯାୟୀ ନ୍ୟୁଜିଲାଣ୍ଡ ଟିମ୍‌ ବୋଲର ଶ୍ରେଷ୍ଠ ବୋଲିଂ କରିଛନ୍ତି। ଅଷ୍ଟ୍ରେଲିଆ ୫୦ ଓଭର ମ୍ୟାଚରେ ୫ ଥର ବିଶ୍ୱକପ୍‌ ଟାଇଟଲ ହାସିଲ କରିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଟି-୨୦ ବିଶ୍ୱକପ୍‌ ଟ୍ରଫି ନିଜ ନାମରେ କରିନାହିଁ। ସେହିପରି ଦ୍ୱିତୀୟ ପଟେ ନ୍ୟୁଜିଲାଣ୍ଡ ସବୁବେଳେ ଆଇସିସି ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ କରୁଛି।

ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିଅମରେ ସନ୍ଧ୍ୟା ୭.୩୦ ମିନିଟରେ ଖେଳାଯିବ। ଏହି ମ୍ୟାଚର ସିଧା ପ୍ରସାରଣ ଷ୍ଟାର ଷ୍ଟୋଟର୍ସ ନେଟଓ୍ଵାର୍କରେ ପ୍ରଶଂସକ ଦେଖିପାରିବେ।

ଆଇସିସି ନଭେମ୍ବର ୧୪ରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ଫାଇନାଲ୍‌ ପାଇଁ ଅମ୍ପାୟରଙ୍କ ପ୍ୟାନେଲ୍ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟରେ ଲଗାତାର ସଠିକ୍ ନିଷ୍ପତ୍ତି କାରଣରୁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ଅମ୍ପାୟର ଦକ୍ଷିଣ ଆଫ୍ରିକାର ମରାୟା ଇରାସମସ ଏବଂ ଇଂଲଣ୍ଡର ରିଚାର୍ଡ କେଟଲବରଙ୍କୁ ପଡିଆ ଅମ୍ପାୟର ପାଇଁ ନିଯୁକ୍ତ କରାଯାଇଛି।

ନ୍ୟୁଜିଲାଣ୍ଡ ସ୍କ୍ଵାର୍ଡ: କେନ ୱିଲିୟମସନ (ଅଧିନାୟକ), ମାର୍ଟିନ ଗୁପଟିଲ, ମାର୍କ ଚାପମାନ, ଜେମ୍ସ ନେଶାମ, ଟଡ ଆଶଲି, ଡାରିଲ ମିଚେଲ, ମିଚେଲ ସେଣ୍ଟନର୍, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଟ୍ରେଣ୍ଟ ବୋଲ୍ଟ, କାଇଲ୍ ଜାମିସନ୍, ଇଶ୍ ସୋଡି, ଟିମ୍ ସାଉଥୀ , ଆଦାମ ମିଲ୍ନେ |

ଅଷ୍ଟ୍ରେଲିଆ ସ୍କ୍ଵାର୍ଡ: ଆରୋନ ଫିଞ୍ଚ (ଅଧିନାୟକ), ଆଷ୍ଟନ୍ ଅଗର, ପ୍ୟାଟ୍ କମିନ୍ସ (ଉପ ଅଧିନାୟକ), ଜୋସ୍ ହାଜଲେଉଡ୍, ଜୋସ୍ ଇଂଲିସ୍, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋନିସ, ମିଚେଲ , ମାଥ୍ୟୁ ୱେଡ, ଡେଭିଡ ୱାର୍ନର, ଆଦାମ ଜାମ୍ପା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.