ଦ୍ୱିତୀୟ ଟି-୨୦ : ଟିମ୍‌ ଇଣ୍ଡିଆ ସ୍କୋର ୫/୧୩୨ ରନ୍‌

କଲମ୍ବୋ : ପ୍ରେମଦାସା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ । ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୫ ଓ୍ଵିକେଟ୍‌ରେ ୧୩୨ ରନ୍‌ ସ୍କୋର କରିଛି ।

ଅଧିନାୟକ ଶିଖର ଧବନ ୪୦, ଋତୁରାଜ ଗାଏକ୍ୱାଡ଼ ୨, ଦେବଦତ୍ତ ପଡିକଲ ୨୯, ସଞ୍ଜ ସାମସନ୍‌ ୭, ନୀତିଶ ରାଣା ୯ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଭୁବନେଶ୍ୱର କୁମାର ୧୩ ଓ ନବଦୀପ ସଇନି ୧ ରନ୍‌ କରି ଅପରାଜିତ ରହିଛନ୍ତି ।

ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ୪ ଜଣ ଖେଳାଳି ନିଜର ପ୍ରଥମ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛନ୍ତି । ସେମାନେ ହେଲେ ଓପ୍‌ନର ଋତୁରାଜ ଗାଏକ୍ୱାଡ଼, ଦେବଦତ୍ତ ପଡ଼ିକଲ, ଚେତନ ସାକାରିଆ ଓ ନୀତିଶ ରାଣା ।

ଗତକାଲି ଏହି ମ୍ୟାଚ୍‌ ଖେଳାଯିବାର ଥିଲା । ତେବେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କୋଭିଡ୍‌ ପଜିଟିଭ ଚିହ୍ନଟ ହେବା ଯୋଗୁଁ ମ୍ୟାଚ୍‌୍‌କୁ ଆଜି ପାଇଁ ସ୍ଥଗିତ ରଖା ଯାଇଥିଲା । ଅନ୍ୟ ଖେଳାଳିମାନଙ୍କର ଯାଞ୍ଚ ପରେ ମ୍ୟାଚ୍‌ କରିବାକୁ ସ୍ଥିର ହୋଇଥିଲା । ପ୍ରଥମ ମ୍ୟାଚ୍‌ରେ ଭାରତ ଜିତି ଏହି ତିନି ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.