ଚଳିତବର୍ଷ ବିନା ଦର୍ଶକରେ ହେବ ବାରବାଟୀ ୨୦/୨୦, ଫେବୃଆରୀ ୧୫ରେ ଭାରତ-ୱେଷ୍ଟ ଇଣ୍ଡିଜ୍ ମ୍ୟାଚ୍

କଟକ(କେନ୍ଯୁଜ୍) : ଚଳିତବର୍ଷ ବିନା ଦର୍ଶକରେ ହେବ ବାରବାଟୀ ୨୦/୨୦ । କଟକ ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଖେଳାଯିବ ୨୦/୨୦ ମ୍ୟାଚ୍ । ଏହି ମ୍ୟାଚକୁ ସଫଳ କରିବାକୁ ଓସିଏ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏବେ ଦେଶରେ କରୋନାର ୩ୟ ଲହର ଆରମ୍ଭ ହୋଇଛି ।
ତେବେ ଦେଶ ତୁଳନାରେ ରାଜ୍ୟରେ ସଂକ୍ରମଣ ହାର କିଛିଟା କମ୍ ରହିଛି । ଫେବୃଆରୀରେ କରୋନା ସଂକ୍ରମଣ ପିକ୍ରେ ରହିବା ଆଶଙ୍କା କରାଯାଉଛି । ତଥାପି ସତର୍କତା ପାଇଁ SRCଙ୍କ ପକ୍ଷରୁ ଜାନୁଆରୀ ୩୧ ଯାଏ ଗାଇଡଲାଇନ୍ ଜାରି କରାଯାଇଛି । ତେଣୁ ୧୫ରେ ହେବାକୁ ଥିବା ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବାର ସମ୍ଭାବନା ରହିଥିବା ବିସିସିଆଇ ପକ୍ଷରୁ ପ୍ରକାଶ କରାଯାଇଛି । ଦକ୍ଷିଣ ଆଫ୍ରିକାରେ ଏବେ ବିନା ଦର୍ଶକରେ ଖେଳାଯାଉଛି ମ୍ୟାଚ୍ ।