ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ୨ ଦିନରେ ୮୯ ସଂକ୍ରମିତ ଚିହ୍ନଟ

ସୁନ୍ଦରଗଡ଼(କେନ୍ଯୁଜ୍): ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା। ୨ ଦିନରେ ୮୯ ସଂକ୍ରମିତ ଚିହ୍ନଟ ପରେ ସଦର ଉପଜିଲ୍ଲାପାଳ ଏହି ଅ଼ଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି। ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟରୁ ମଙ୍ଗଳବାର ୩୬ ଓ ବୁଧବାର ୫୩ ଛାତ୍ରଛାତ୍ରୀ କରୋନା ପୋଜିଟିଭ ଚିହ୍ନଟ ହୋଇଥିଲେ ।

ଚିହ୍ନଟ ୩୬ ଛାତ୍ରଛାତ୍ରୀଙ୍କୁ ତାଙ୍କ ପରିବାର ଲୋକେ ନିଜ ଘରକୁ ନେଇ ସଙ୍ଗରୋଧରେ ରଖିଥିଲେ । ଗତକାଲି ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରଖାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲକ୍ଷଣ ସାମାନ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.