ବନ୍ଧୁ ହେବ ତ’ ଏମିତି: ସାଥୀର ମୃତ୍ୟୁକୁ ସହିନପାରି ଏମିତି କଲା ମୟୂର, ଭିଡିଓ ହେଉଛି ଭାଇରାଲ

ବର୍ତ୍ତମାନ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା କେତେକଙ୍କ ହୃଦୟକୁ ଛୁଇଁ ଯାଇଛି । ଭାଇରାଲ ହେଉଥିବା ଭିଡିଓକୁ ଦେଖିବା ପରେ ପ୍ରକୃତ ବନ୍ଧୁ କିପରି ହେବା ଦରକାର ଆପଣ ଜାଣିପାରିବେ । ମଣିଷ ତ’ ନିଜର ସ୍ୱାର୍ଥ ହିସାବରେ ବନ୍ଧୁ ଖୋଜିଥାଏ କିନ୍ତୁ ପକ୍ଷୀ କିପରି ନିଜ ବନ୍ଧୁ ପାଇଁ କେତେ ଦରଦୀ ଆଉ ବ୍ୟାକୁଳ ତାହା ଏକ ଭିଡିଓରୁ ଜଣାପଡ଼ିଛି।
ଭିଡିଓରେ ଏକ ମୟୂର ତା ମୃତ ସାଥୀକୁ ନେଇ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗୋଡାଉଥିବାର ଦେଖାଯାଇଛି । ଯୁବକମାନେ ଯେଉଁଆଡ଼େ ଯାଉଛନ୍ତି, ମୟୂର ମଧ୍ୟ ତାଙ୍କ ପଛରେ ସେହି ଦିଗରେ ଅନୁସରଣ କରୁଛି। ସେ ହୁଏତ ମଣିଷ ପରି ନିଜର ଦୁଃଖ ପ୍ରକାଶ କରିପାରୁନାହିଁ କିନ୍ତୁ ତା’ ସାଥୀ ଯେ, ତାକୁ ଏକା କରି ଚାଲିଯାଉଛି ଏହି ଦୁଃଖରେ ସେ ମୟୂରକୁ ଛାଡ଼ିବାକୁ ରାଜି ନୁହଁ। ଖାସ୍ କରି ତା’ ପଛେ ପଛେ ଗୋଡ଼ାଉଛି।
The peacock doesn’t want to leave the long time partner after his death. Touching video. Via WA. pic.twitter.com/ELnW3mozAb
— Parveen Kaswan (@ParveenKaswan) January 4, 2022
ଏହି ଭିଡିଓରୁ ଜାଣିବେ ପୃଥିବୀର ଅଧିକାଂଶ ପ୍ରାଣୀଙ୍କର ସମାନତା ରହିଛି। ମୟୂରର ଯନ୍ତ୍ରଣା ଦେଖିଲେ ଆପଣ ମଧ୍ୟ ଭାବବିହ୍ବଳ ହୋଇଯିବେ। କାରଣ ମୟୂରଟି ତା’ର ସାଥୀ ମୟୂରକୁ ଶେଷ ବିଦାୟ ଜଣାଇବା ପାଇଁ ପଛେ ପଛେ ଗୋଡ଼ାଉଛି। ଯେତେବେଳେ ଦୁଇଜଣ ବ୍ୟକ୍ତି ମୟୂରର ସାଥୀଙ୍କ ମୃତଦେହକୁ ନେଇଗଲେ, ସେତେବେଳେ ସେ ଚୁପଚାପ୍ ସେମାନଙ୍କ ସପଛେ ପଛେ ଅନ୍ତିମ ସଂସ୍କାର ପାଇଁ ଯାଉଥିଲା। ଭାରତୀୟ ବନ ସେବା ଅଧିକାରୀ ପରଭେନ କାସୱାନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି।
ସେ କ୍ୟାପସନରେ ଲେଖିଛନ୍ତି, ‘ରାଜସ୍ଥାନର କୁଚେରା ସହରରେ ଏହି ଘଟଣା ଘଟିଛି। ଗୋଟିଏ ମୟୁର ମୃତ୍ୟୁ ପରେ, ଅନ୍ୟ ମୟୂର ନିଜ ସାଥୀକୁ ଦୀର୍ଘ ସମୟ ଛାଡିବାକୁ ଚାହେଁ ନାହିଁ। ହୃଦୟ ସ୍ପର୍ଶ କରୁଛି ଏହି ଭିଡିଓ । ହ୍ଵାଟସଆପ୍ ମାଧ୍ୟମରେ ସେ ଏହି ଭିଡିଓ ପାଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ସେହିପରି ଏହି ଭିଡିଓଟି ଶେୟାର କରି @ ବିଷ୍ଣୋଇ ଅଫିସିଆଇ ଲେଖିଛନ୍ତି,‘ସାଥୀକୁ ଛାଡ଼ି ସେ ସ୍ବର୍ଗକୁ ଯାଇଛନ୍ତି। ମୟୂରର ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଭାବପ୍ରବଣ ହୋଇଯାଇଛନ୍ତି। ପକ୍ଷୀ ସତ୍ତ୍ୱେ ବନ୍ଧୁ ଅଲଗା ହେବାର ଯନ୍ତ୍ରଣା ସହିପାରୁନାହିଁ। ଶ୍ମଶାନ ପର୍ଯ୍ୟନ୍ତ ଦୌଡୁଛି ମୟୂର। ଅଧିକାଂଶ ଲୋକ ମୟୂରର ପ୍ରେମ ଭାବନାକୁ ପ୍ରଶଂସା କରିଛନ୍ତି।