ଆଜି ବିଶ୍ୱକପ୍ କ୍ରିକେଟରେ ବିଗ୍ ଫାଇଟ୍ : ଭାରତ ବନାମ ପାକିସ୍ତାନ, ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହାଇଭୋଲଟେଜ୍ ମୁକାବିଲା

ଆଜି ବିଶ୍ୱକପ୍ କ୍ରିକେଟରେ ବିଗ୍ ଫାଇଟ୍। ଭାରତ-ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ଭାରତ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଛି, ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ପାକିସ୍ତାନ ଗୋଟିଏ ବିଜୟ ଓ ଦୁଇଟି ପରାଜୟ ସହ ଅଷ୍ଟମ ସ୍ଥାନରେ ରହିଛି। ଆଜି ପର୍ଯ୍ୟନ୍ତ ଖେଳାଯାଇଥିବା ବିଶ୍ୱକପରେ ଭାରତ-ପାକ୍ ମଧ୍ୟରେ ଛଅ ଥର ମୁକାବିଲା ହୋଇଛି। ସବୁଥିରେ ବାଜିମାତ୍ କରିଛି ଭାରତ। ଆଜି ସପ୍ତମ ମୁକାବିଲା ହେବ। କିନ୍ତୁ ଆଜି ମ୍ୟାଚରେ ବର୍ଷାର ଆଶଙ୍କା ରହିଛି।

ଭାରତ-ପାକିସ୍ତାନ ମ୍ୟାଚ୍। ପଡ଼ିଆ ଭିତରେ କେବଳ ଗେୋଟିଏ ଖେଳ ମାତ୍ର। କିନ୍ତୁ ପଡ଼ିଆ ବାହାରେ ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ପାଇଁ ଲଢେଇ ମଧ୍ୟ କିଛି କମ ନୁହଁ। ତେଣୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଯେବେ ବି ମୈଦାନକୁ ଓହ୍ଲାନ୍ତି ତାହା ହାଇଭୋଲଟେଜ୍ ମୁକାବିଲା ପାଲଟି ଯାଏ। ପ୍ରତିଟି ମୂହୁର୍ତ୍ତରେ ସ୍ମରଣୀୟ ମୂହୁର୍ତ୍ତ ସୃଷ୍ଟି ହୁଏ। ୧୯୯୨ରେ ଜାଭେଦ ମିଆଁଦାଦ-କିରନ ମୋରେ ଯୁକ୍ତି ତର୍କ ସହ ଜମ୍ପିଂ ଜାଭେଦଙ୍କ ଚିତ୍ର ଆଜି ବି ସମସ୍ତଙ୍କ ମନରେ ରହିଛି।

ଏହା ସହ ପଢ଼ନ୍ତୁ : ଆକାଶଛୁଆଁ ଦାମରେ ବ୍ଲାକ୍ ହେଉଛି ଭାରତ-ପାକିସ୍ତାନ ମ୍ୟାଚର ଟିକେଟ୍, ଥରେ ନିଶ୍ଚୟ ପଢ଼ନ୍ତୁ କେତେ ରହିଛି ମୂଲ୍ୟ

ସେହିପରି ୧୯୯୬ରେ ଅମୀର ସୋହେଲ-ଭେଙ୍କେଟସ ପ୍ରସାଦଙ୍କ ମଧ୍ୟରେ ଅନ୍ ଫିଲଡ୍ ଆଟାକା-କାଉଣ୍ଟର ଆଟାକ ହେଉ ଅନ୍ତିମ ଓଭର ସମୟରେ ୱାକର ୟୁନୁସଙ୍କୁ ଅଜୟ ଜାଡେଜାଙ୍କ ପ୍ରହାର। ୨୦୦୩ ଓ ୨୦୧୧ରେ ସଚିନ ଓ ୨୦୧୫ରେ ବିରାଟଙ୍କ ଇନିଂସ ଏପରି ଅନେକ ମେମୋରେବଲ ମୋମେଣ୍ଟ ସୃଷ୍ଟି ହୋଇଛି ବିଶ୍ୱକପରେ। ଏବେ ଓଲଡ୍ ଟ୍ରଫୋର୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉପରେ ଉଭୟ ଦେଶ କ୍ରିକେଟ ଫ୍ୟାନଙ୍କ ନଜର ରହିଛି। ପ୍ରାୟ ବର୍ଷେ ପରେ ଉଭୟ ଦଳ ପରସ୍ପରକୁ ଭେଟିବେ।

Ind vs Pakistan-ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ଭାରତ ୩ଟି ମ୍ୟାଚ୍ ଖେଳି ଦୁଇଟିରେ ଜିତିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ପଏଣ୍ଟ ଟେବୁଲରେ ୫ ପଏଣ୍ଟ ସହ ଭାରତ ଚଚୁର୍ଥ ସ୍ଥାନରେ ରହିଛି। ସେପଟେ ପାକିସ୍ତାନ ତାର ୪ଟି ମ୍ୟାଚରୁ ଗୋଟିଏରେ ଜିତିଛି, ୨ଟି ହାରିଛି। ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ପାକିସ୍ତାନ ୩ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି।

-ବିଶ୍ୱକପ୍ ଇତିହାସ ଦେଖିଲେ, ପାକିସ୍ତାନ ବିପକ୍ଷରେ ଭାରତର ପଲ୍ଲା ଭାରି। ବିଶ୍ୱକପ୍ ପ୍ରଥମ ଥର ଭାରତ-ପାକ ମୁକାବିଲା ହୋଇଥିଲା ୧୯୯୨ରେ। ୧୯୯୨ରୁ ଏପର୍ଯ୍ୟନ୍ତ ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ଛଅ ଥର ମୁକାବିଲା ହୋଇଛି। ସବୁ ଥର ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୧୧ ଓ ୨୦୧୫ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ। ଏବେ ୨୦୧୯ରେ ସପ୍ତମ ଥର ଭେଟିବେ।

Leave A Reply

Your email address will not be published.