FIH ପୁରୁଷ ସିରିଜ ଫାଇନାଲ ପ୍ରତିଯୋଗିତାରେ ଭାରତୀୟ ହକି ଟିମର ବାଜିମାତ

ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ ପ୍ରତିଯୋଗିତାରେ ଭାରତୀୟ ହକି ଟିମର ବାଜିମାତ । ଟାଇଟଲ ଲଢେଇରେ ଦକ୍ଷିଣ ଆଫ୍ରିକାକୁ ୫-୧ରେ ପରାସ୍ତ କରିଛି ଭାରତ । ଏଥିସହ ଟୋକିଓ ଅଲମ୍ପିକ୍ସ ପାଇଁ ସ୍ଥାନ ପକ୍କା କରିଛି ଭାରତୀୟ ହକି ଟିମ୍ । ଖେଳ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା ଘରୋଇ ଦଳ । ଦକ୍ଷିଣ ଆଫ୍ରିକା ବିରୋଧରେ ଗୋଲ ବର୍ଷା କରି ଚାଲିଥିଲା । ଶେଷରେ ମ୍ୟାଚ ଜିତି ଟାଇଟଲକୁ ନିଜ ନାଁରେ କରିଛି ଟିମ ଇଣ୍ଡିଆ । ଏହି ସିରିଜରେ ଅପରାଜୟ ରହିଛି ଭାରତ । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବିଜେତା ଓ ଉପ ବିଜେତା ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଭାରତୀୟ ଅଧିନାୟକ ମନପ୍ରୀତ ସିଂକୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମିଳିଥିବା ବେଳେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ଗୋଲ ସ୍କୋରର ଭାବେ ହରମନପ୍ରିତ୍ ସିଂ ପୁରସ୍କୃତ ହୋଇଛନ୍ତି ।

Leave A Reply

Your email address will not be published.