Below header

ଆଜି ଇଂଲଣ୍ଡ-ବାଂଲାଦେଶ ଓ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ଭିତରେ ଟକ୍କର, ଗତକାଲି ବର୍ଷା ଯୋଗୁଁ ବାତିଲ୍ ହୋଇଯାଇଥିଲା ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍

ଆଜି ବିଶ୍ବକପରେ ଦୁଇଟି ମ୍ୟାଚ୍ ଦେଖିବାକୁ ମିଳିବ । ଗୋଟେ ପଟେ ଇଂଲଣ୍ଡ ସହିତ ବାଂଲାଦେଶ ଏବଂ ଅନ୍ୟ ପଟେ ଆଫଗାନିସ୍ତାନ ସହିତ ନ୍ୟୁଜିଲାଣ୍ଡ ଭିତରେ ଟକ୍କର ହେବ । ତେବେ ପ୍ରଥମ ମ୍ୟାଚଟି ଇଂଲଣ୍ଡ ଓ ବାଂଲାଦେଶ ମଧ୍ଯରେ ହେବ । ଯାହା ଦିନ ୩ଟାରେ ଆରମ୍ଭ ହେବ । ଏହି ମ୍ୟାଚଟି ସୋଫିଆ ଗାର୍ଡେନ, କାର୍ଡିଫରେ ଖେଳାଯିବ ।

ଏହାସହିତ ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନ ସହିତ ମୁହାଁମୁହିଁ ହେବ ନ୍ୟୁଜିଲାଣ୍ଡ । ଏହା ସଂଦ୍ଧ୍ୟା ୬ଟାରେ ଦ କପର ଆସୋସିଏସନ୍ କଣ୍ଟ୍ରୀ ଗ୍ରାଉଣ୍ଡ,ଟାଉଣ୍ଟନ୍ ରେ ଖେଳାଯିବ । ଏହା ବିଶ୍ବକପର ୧୨ ଓ ୧୩ତମ ମ୍ୟାଚ୍ ଭାବେ ଗଣତି ହେବ ।

ଅନ୍ୟପଟେ ଲଗାଣ ବର୍ଷା ପାଇଁ ବ୍ରିଷ୍ଟଲରେ ଗତକାଲି ଖେଳାଯିବାକୁ ଥିବା ପାକିସ୍ତାନ-ଶ୍ରୀଲଙ୍କା ବିଶ୍ବକପ୍ ମ୍ୟାଚ୍ ବାତିଲ ହୋଇଯାଇଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି।

match batil

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.