କେରଳ ଛୁଇଁଲା ମୌସୁମୀ

କେନ୍ୟୁଜ୍ : କେରଳ ଛୁଇଁଲା ମୌସୁମୀ। ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ କେରଳର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବର୍ଷା। ଚଳିତବର୍ଷ ସପ୍ତାହେ ବିଳମ୍ବରେ ଭାରତରେ ପହଞ୍ଚିଛି ମୌସୁମୀ ବାୟୁ। ସାଧାରଣତଃ ଜୁନ୍‌ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତରେ ପ୍ରବେଶ କରିଥାଏ। ଏବର୍ଷ କିନ୍ତୁ ବିଳମ୍ବ ହୋଇଛି। କେରଳରେ ମୌସୁମୀ ପ୍ରବେଶ କରିଥିବାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କେରଳ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୌସୁମୀ କେରଳ ପହଞ୍ଚିବାରୁ ଖୁବ ଶୀଘ୍ର ଓଡ଼ିଶା ଆସିବା ନେଇ ଆଶା କରାଯାଉଛି। ତେବେ କେବେ ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିବ ମୌସୁମୀ ବାୟୁ ସେନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ। ଗତ ୨୦୧୬ ମସିହାରେ ଆଜିର ଦିନରେ ଭାରତରେ ପ୍ରବେଶ କରିଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.