ଆଜି ଫିଫା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌: ଡିଫେଣ୍ଡିଂ ଚାମ୍ପିଅନ୍‌ ଫ୍ରାନ୍ସ ସହ ମୁହାଁମୁହିଁ ହେବ ଆର୍ଜେଣ୍ଟିନା

କେନ୍ୟୁଜ୍(ବ୍ୟୁରୋ):ଆଜି ଫିଫା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ । ଡିଫେଣ୍ଡିଂ ଚାମ୍ପିଅନ୍‌ ଫ୍ରାନ୍ସ ସହ ମୁହାଁମୁହିଁ ହେବ ଆର୍ଜେଣ୍ଟିନା । ଦୁଇ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା-ଫ୍ରାନ୍ସ ପରସ୍ପରକୁ ଫାଇନାଲରେ ଭେଟିବାକୁ ଯାଉଛନ୍ତି । ପୂର୍ବରୁ ଦୁଇଥର ଲେଖାଏଁ ଟ୍ରଫି ହାତେଇଥିବା ଦୁଇ ଦଳ ଏଥର ତୃତୀୟ ଥର ଟ୍ରଫି ହାସଲ ପାଇଁ ପ୍ରତିନ୍ଦ୍ୱନ୍ଦିତା କରିବେ । ଏହି ମ୍ୟାଚରେ ମେସି ଓ ଏମବାପେ ମୁଖ୍ୟ ଆକର୍ଷଣରେ ରହିବେ । ଉଭୟ ୫ଟି ଲେଖାଏଁ ଗୋଲ ଦେଇ ଗୋଲଡେନ୍‌ ବୁଟ୍‌ ଦୌଡ଼ରେ ଏକାସାଙ୍ଗରେ ଆଗକୁ ବଢ଼ିଛନ୍ତି । ମେସିଙ୍କର ଏହା ଶେଷ ବିଶ୍ୱକପ ମ୍ୟାଚ୍‌ ହୋଇଥିବାରୁ ଟ୍ରଫି ଜିତି ଏହାକୁ ସ୍ମରଣୀୟ କରିବାକୁ ଚାହିଁବେ ।

ଅନ୍ୟପଟେ ଫିଫା ବିଶ୍ୱକପ୍‌ରେ କାଂସ୍ୟ ଜିତିଛି କ୍ରୋଏସିଆ । ମରକ୍କୋକୁ ୨-୧ ହରାଇ ତୃତୀୟ ସ୍ଥାନ ଦଖଲ କରିଛି। ପ୍ରଥମ ଆଫ୍ରିକୀୟ ଦେଶ ଭାବେ ମରକ୍କୋ ସେମିଫାଇନାଲକୁ ଆସିଥିଲେ ବି ଟ୍ରଫି ଠାରୁ ଦୂରେଇ ଯାଇଥିଲା । ତୃତୀୟ ସ୍ଥାନ ପାଇଁ ଲଢେଇ କରି ପରାଜିତ ହୋଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.