ଆଜି ଭାରତ- ଦକ୍ଷିଣ ଆଫ୍ରିକା ମୁକାବିଲା, ଅପରାହ୍ଣ ୪ଟା ୩୦ରେ ଆରମ୍ଭ ହେବ ମ୍ୟାଚ୍

କେନ୍ୟୁଜ୍(ବ୍ୟୁରୋ): ଆଜି T20 ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ପର୍ଥରେ ଅପରାହ୍ନ ସାଢେ ୪ରେ ମ୍ୟାଚ୍ ଆରମ୍ଭ ହେବ । ଶୀର୍ଷ ସ୍ଥାନ ପାଇଁ ଉଭୟଙ୍କ ମଧ୍ୟରେ ହେବ କଡ଼ା ଫାଇଟ୍ । ଗ୍ରୁପ-୨ରେ ଥିବା ଉଭୟ ଦଳ ଏଯାଏ ୨ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି । ଭାରତ ଦୁଇଟି ଯାକ ମ୍ୟାଚ୍ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତିଛି ଏବଂ ଗୋଟିଏ ବର୍ଷା ଯୋଗୁ ବାତିଲ ହୋଇଛି । ଉଭୟ ଦଳ ଏଯାଏ ଟୁର୍ଣ୍ଣାମେଣ୍ଟରେ ହାରି ନାହାନ୍ତି ।
ଭାରତ ୪ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ଦକ୍ଷିଣଆଫ୍ରିକା ପାଖରେ ୩ ପଏଣ୍ଟ ରହିଛି । ଭାରତ ଠାରୁ ହାରିଥିବା ପାକିସ୍ତାନର ନଜର ମଧ୍ୟ ଏହି ମ୍ୟାଚ୍ ଉପରେ ରହିବ । କାରଣ ଦକ୍ଷିଣ ଆଫ୍ରିକା ହାରିଲେ ହିଁ ପାକିସ୍ତାନର ସେମି ଫାଇନାଲରେ ଖେଳିବା ଆଶା ଉଜ୍ଜୀବିତ ରହିବ । ନଚେତ ପାକିସ୍ତାନକୁ ଟପ୍-୪ରେ ସ୍ଥାନ ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିବ । ଦିକ୍ଷିଣ ଆଫ୍ରିକା ଟିମ୍ ପାଇଁ ପର୍ଥର ପରିବେଶ ବେଶୀ ଅନୁକୂଳ ।
ଦକ୍ଷିଣ ଆଫ୍ରିକା ପାଖରେ ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲିଂ ଆଟାକ ମଧ୍ୟ ରହିଛି । ତେଣୁ ଭାରତ ପାଇଁ ମ୍ୟାଚ୍ ଜିତିବା ଆଦୌ ସହଜ ହେବନି । ତଥାପି ଦୁଇଟି ମ୍ୟାଚ୍ କ୍ରମାଗତ ଜିତିଥିବାରୁ ଭାରତୀୟ ଟିମ୍ର ମନୋବଳ ଦୃଢ ରହିଛି । ଆଜିର ମ୍ୟାଚ୍ ଜିତିବାକୁ ଉଭୟ ଟିମ୍ ଉଦ୍ୟମ କରିବେ ।