ସାଉଥ କୋରିଆରେ ହ୍ୟାଲୋଇନ ଉତ୍ସବରେ ମୃତ୍ୟୁର ତାଣ୍ଡବ; ଦଳାଚକଟାରେ ଅଣନିଶ୍ୱାସୀ ହୋଇ ୧୫୧ ମୃତ, ୧୫୦ ଗୁରୁତର, ୨୭୦ରୁ ଅଧିକ ନିଖୋଜ

ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଆୟୋଜିତ ହ୍ୟାଲୋଇନ ପାର୍ଟିରେ ମୃତ୍ୟୁର ତାଣ୍ଡବ। ଶନିବାର ରାତିରେ ହ୍ୟାଲୋଇନ ଉତ୍ସବ ପାଳନ କରିବା ବେଳେ ଏହି ଅଘଟଣ ଘଟିଥିଲା। ଏହି ଦଳ ଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫୧ କୁ ବୃଦ୍ଧି ପାଇଛି। ସେହିପରି ୧୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୯ ବିଦେଶୀ ନାଗରିକ ରହିଛନ୍ତି। ସମସ୍ତ ଆହତଙ୍କର ହସପିଟାଲରେ ଚିକିତ୍ସା ଚାଲିଛି।୨୭୦ ଜଣ ନିଖୋଜ ହୋଇଥିବା ମାମଲା ମଧ୍ୟରୁଜୁ ହୋଇଛି।
ସିଓଲରେ ହ୍ୟାଲୋଇନ ପାର୍ଟିରେ ଯୋଗ ଦେବାକୁ ଆସିଥିବା ଭିଡ଼ ଏକ ଅଣଓଆସିରିଆ ଗଳି ଦେଇ ଯିବା ବେଳେ ପ୍ରବଳ ଗହଳି ହୋଇଥିଲା। ଏଥିରେ ଠେଲାପେଲା ଯୋଗୁ ଅଣନିଶ୍ୱାସୀ ହୋଇ ୧୪୦ ଜଣଙ୍କର ହୃଦ୍ଘାତରେ ମୁତ୍ୟୁ ହୋଇଛି। କରୋନା ମହାମାରୀ ପରେ ଏହା ପ୍ରଥମ ହ୍ୟାଲୋଇନ ପାର୍ଟି ଥିଲା। ତେଣୁ ପ୍ରବଳ ଗହଳି ହୋଇଥିଲା। ରାତି ୧୦ଟା ୨୦ ମିନିଟରେ ହଠାତ୍ ଭିଡ ବଢିବା ଯୋଗୁଁ ଠେଲାପେଲା ଆରମ୍ଭ ହୋଇଥିଲା। ପରସ୍ପରକୁ ଲୋକେ ଠେଲାପେଲା କରି ପକାଇ ଦେଇଥିଲେ ଏବଂ ଦଳାଚକଟା କରିବାରୁ ହୃଦଘାତରେ ଜୀବନ ଚାଲିଯାଇଥିଲା।
#SouthKorea | Morning visuals from the spot of the deadly stampede in Seoul that broke out during Halloween festivities yesterday leaving 149 dead and injuring scores of people till now
(Source: Reuters) pic.twitter.com/9REYUhFJKl
— ANI (@ANI) October 30, 2022
ସୂଚନା ଅନୁସାରେ, ଅଧିକ ଗହଳି ଯୋଗୁଁ ଶତାଧିକ ଲୋକଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିଲା । ଏହାପରେ ୫୦ରୁ ଉର୍ଦ୍ଧ୍ୱ ଜଣଙ୍କୁ ହୃଦଘାତ ସମସ୍ୟା ସୃଷ୍ଟି ହୋଇଥିଲା। ମହାମାରୀ ପରେ ପ୍ରଥମ ଥର ଆଉଟଡୋର ନୋ ମାସ୍କ ହ୍ୟାଲୋଇନ ଉତ୍ସବ ପାଇଁ ୧,୦୦,୦୦୦ ଲୋକ ଉପସ୍ଥିତ ହୋଇଥିଲେ ବୋଲି କୁହାଯାଇଛି। ତେବେ ଏହି ଘଟଣାରେ ଉଦ୍ଧାରକାରୀ ଦଳ, ଅଗ୍ନିଶମ ଦଳ, ପୋଲିସ, ଆମ୍ବୁଲାନ୍ସ ଏବଂ ମେଡିକାଲ ଷ୍ଟାଫ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।
South Korea: Death toll climbs to 146 in Seoul Halloween stampede, 150 injured
Read @ANI Story | https://t.co/dDmdmYO9xb#SouthKorea #Itaewon #Stampede #HalloweenHorror #Seoul pic.twitter.com/BTpefwViDD
— ANI Digital (@ani_digital) October 29, 2022
ସିଓଲର ୟୋଙ୍ଗସାନ ଅଗ୍ନିଶମ ବିଭାଗର ମୁଖ୍ୟ ଚୋଇ ସିଓଙ୍ଗ ବିଓମ୍ କହିଛନ୍ତି ଯେ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ। ଆହତମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି। ଇଟାୱନ ସହରରେ ହୋଇଥିବା ଦଳାଚକଟା ଘଟଣା ହୋଇଥିଲା ବୋଲି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୂରା ଦେଶରୁ ୪୦୦ ଜରୁରୀକାଳିନ କର୍ମୀ ଏବଂ ୧୪୦ ଗାଡ଼ି ଓ ସୁରକ୍ଷାକର୍ମୀଙ୍କୁ ଲୋକଙ୍କୁ ଚିକିତ୍ସା ଦେବା ପାଇଁ ସିଓଲରେ ମୁତୟନ କରାଯାଇଛି।
Also Read : ବନ୍ଦେ ଭାରତ ଏକ୍ସପ୍ରେସ ପୁଣି ଦୁର୍ଘଟଣାଗ୍ରସ୍ତ; ଟ୍ରେନରୁ ଅଲଗା ହୋଇଗଲା ବଗି, ଯାତ୍ରୀ ସୁରକ୍ଷିତ