ଆଇପିଏଲ୍‌ ୨୦୨୨: ଆଜି ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ

ଆଇପିଏଲ୍‌ ୨୦୨୨ର ଅଷ୍ଟମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ । ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ମିନିଟ୍‌ରେ ମ୍ୟାଚ୍‌ ଆରମ୍ଭ ହେବ। ଗତ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ଠାରୁ ପରାଜିତ ହେବା ପରେ ନାଇଟ୍ ରାଇଡର୍ସ ପୁଣି ଥରେ ବିଜୟକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍ସ ଅଲରାଉଣ୍ଡର ପ୍ରଦର୍ଶନ ଜାରି ରଖିବାକୁ ପ୍ରସ୍ତୁତ ରହିଛି ।

ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷ ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ ପରେ ପଞ୍ଜାବ କିଙ୍ଗ୍ସର ମନୋବଳ ଦୃଢ ରହିଛି। ଦଳର ନୂଆ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ଅଧିନରେ ଯୁବ ପଞ୍ଜାବ କିଙ୍ଗ୍ସ ଦଳ ଏଭଳି ଅବିଶ୍ୱସନୀୟ ପ୍ରଦର୍ଶନ କରି ସାରିଛି । ଶିଖର ଧୱନ, ମୟଙ୍କ ଅଗ୍ରୱାଲ୍, ଲାଏମ ଲିଭିଂଷ୍ଟୋନ ଓ ଶାହରୁଖ ଖାନ୍‌ଙ୍କ ଭଳି ବିସ୍ପୋରକ ବ୍ୟାଟର ଦଳରେ ରହିଛନ୍ତି ।  ଓଡିୟନ ସ୍ମିଥ  ପ୍ରଦର୍ଶନକୁ ନେଇ ମଧ୍ୟ ଦଳ ଉତ୍ସାହିତ ରହିଛି । ଫାଷ୍ଟ ବୋଲର କାଗିସୋ ରାବାଡାଙ୍କ କ୍ୱାରେଣ୍ଟାଇନ ଶେଷ ହୋଇଛି । ଫଳରେ ସେ ଟିମରେ ଫେରିବା ନିଶ୍ଚିତ ।

ନାଇଟ ରାଇଡର୍ସ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା । ପରାଜୟ ସତ୍ତ୍ୱେ ଶ୍ରେୟସ ଆୟରଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଉଛି ।

କୋଲକତା ନାଇଟ ରାଇଡର୍ସ: ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ନିତୀଶ ରାଶ, ସାମ ଓ୍ଵିଲିଙ୍ଗ, ଶେଲଡନ ଜ୍ୟାକସନ, ଆନ୍ଦ୍ର ରସେଲ/ ମହମ୍ମଦ ନବି/ଚମିକା କରୁଣାରତ୍ନେ, ସୁନୀଲ ନେରନ, ଟିମ୍‌ ସାଉଦି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ।

ପଞ୍ଜାବ କିଙ୍ଗସ :ଶିଖର ଧଓ୍ଵନ, ମୟଙ୍କ ଅଗ୍ରଓ୍ଵାଲ, ଭାନୁକା ରାଜପକ୍ଷେ, ଲିୟାମ ଲିଭିଂଷ୍ଟୋନ, ରାଜ ବାବା, ଶାହରୁଖ ଖାନ୍‌, ଓଡିୟନ ସ୍ମିଥ, ହରପ୍ରୀତ ବରାଡ, ଅର୍ଶଦୀପ ସିଂହ, କଗିସୋ ରାବଡା, ରାହୁଲ ଚହର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.