ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ ମ୍ୟାଚ୍, ସିରିଜ୍ ବିଜୟୀ ହେବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ

ପ୍ରଥମ ମ୍ୟାଚରେ ଜୋରଦାର ବିଜୟ ପରେ ଦ୍ବିତୀୟ ଦିନିକିଆ ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଜିତି ସିରିଜ୍ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ଆଜି ଗ୍ବେବେରାରେ ଖେଳାଯିବ ଦ୍ବିତୀୟ ମ୍ୟାଚ୍ ।

ପ୍ରଥମ ମ୍ୟାଚରେ ଜୋରଦାର ବିଜୟ ପରେ ଦ୍ବିତୀୟ ଦିନିକିଆ ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଜିତି ସିରିଜ୍ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ଆଜି ଗ୍ବେବେରାରେ ଖେଳାଯିବ ଦ୍ବିତୀୟ ମ୍ୟାଚ୍ । କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଭାରତ ପ୍ରଥମ ମ୍ୟାଚରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇଥିଲା । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଆଗୁଆ କବଜା କରିବା ଲକ୍ଷ୍ୟ ରଖିଛି ଭାରତ । ଶ୍ରେୟସ ଆୟର ଟେଷ୍ଟ୍ ଦଳରେ ଯୋଗ ଦେବାରୁ ଗୋଟିଏ ବ୍ୟାଟିଂ ସ୍ଲଟ୍ ରହିଛି। ଏହି ସ୍ଥାନରେ ପ୍ରତିଭାଶାଳୀ ରଜତ ପଟିଦାର କିମ୍ବା ଚମତ୍କାରୀ ରିଙ୍କୁ ସିଂହ ମଧ୍ୟରୁ କାହାକୁ ଖେଳାଇବ ଦ୍ବନ୍ଦ୍ବରେ ରହିଛି ଭ୍ରମଣକାରୀ ଦଳ।

ଏଥିପାଇଁ ଦିନିକିଆ ପଦାର୍ପଣ ଲାଗି ବାମହାତୀ ରିଙ୍କୁ ଓ ଡାହାଣହାତୀ ରଜତଙ୍କ ମଧ୍ୟରେ ଲଢ଼େଇ ତୀବ୍ର ହୋଇଛି। ପଳର୍ବ ମ୍ୟାଚରେ ଅର୍ଶଦୀପ ଓ ଆୱେସଙ୍କ ସଫଳତା ଯୋଗୁଁ ଆଜି ବୋଲିଂ ଆଟାକ ଅପରିବର୍ତ୍ତିତ ରହିବ ସମ୍ଭାବନା ରହିଛି। ଟେଷ୍ଟ୍ ଦଳରେ ନଥିବା ସ୍ପିନର୍ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଦିନିକିଆରେ ଭଲ କରିବାକୁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଅଧିନାୟକ କ୍ବିଣ୍ଟନ ଡି’କକଙ୍କ ପାଇଁ ଧଳାବଲ୍ କ୍ରିକେଟରେ ନେତୃତ୍ବ ବଜାୟ ରଖିବା ଲାଗି ଏହି ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.