ଆଜିଠୁ ଭାରତ-ସାଉଥ ଆଫ୍ରିକା ପ୍ରଥମ ଟେଷ୍ଟ: ବିଦେଶ ବିଜୟରେ ଇତିହାସ ରଚିବା ଆଶାରେ କୋହଲି ବାହିନୀ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ଭାରତ-ସାଉଥ ଆଫ୍ରିକା ମଧ୍ୟରେ ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ । ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ଶୃଙ୍ଖଳା ଜିତି ବିଦେଶ ବିଜୟରେ ନୂଆ ଅଧ୍ୟାୟ ଯୋଡିବା ଆଶାରେ ଅଛି କୋହଲି ବାହିନୀ । ଦକ୍ଷିଣ ଆଫ୍ରିକାରେ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି । ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୭-୧୮ରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରି ୧-୨ରେ ସିରିଜ ହାରିଥିଲା । ଏଥର କିନ୍ତୁ ଭାରତୀୟ ଦଳ ନୂଆ ଇତିହାସ ରଚିବା ଲକ୍ଷ୍ୟରେ ଅଛନ୍ତି । କୋହଲିଙ୍କ ପାଇଁ ଏହି ଶୃଙ୍ଖଳା ଢେର ମହତ୍ୱ ରଖୁଛି । ଦୁଇବର୍ଷ ହେବ ପ୍ରଶଂସକ ତାଙ୍କ ବ୍ୟାଟରୁ ଶତକ ଦେଖିନାହାନ୍ତି ।

ବିଶେଷକରି କୋହଲିଙ୍କ ରଣନୀତି ଉପରେ ନଜର ରହିଛି । ରୋହିତ ଶର୍ମା ଟିମ୍‌ରେ ନଥିବାରୁ କେ ଏଲ ରାହୁଲଙ୍କ ପ୍ରଦର୍ଶନ ଉପରେ ନଜର ରହିଛି । ପ୍ରଥମ ଟେଷ୍ଟରେ ଦଳରେ ୫ ବୋଲର ସ୍ଥାନ ପାଇପାରନ୍ତି । ଇଶାନ୍ତ ଶର୍ମାଙ୍କ ସ୍ଥାନରେ ସାର୍ଦ୍ଦୁଲ ଠାକୁର ଖେଳିବା ସମ୍ଭାବନା ଅଧିକ । ଖରାପ ଫର୍ମରେ ଥିବା ଅଜିଙ୍କ୍ୟ ରାହାଣେ ସଂଘର୍ଷ କରୁଛନ୍ତି । ତାଙ୍କ ସ୍ଥାନରେ ଶ୍ରେୟସ ଆୟର ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଡିନ୍‌ ଏଲଗାରଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ସାଉଥ ଆଫ୍ରିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.