ଜାଣନ୍ତୁ ଅନୁଷ୍କାଙ୍କୁ ବିବାହ କରିବା ପାଇଁ କେଉଁ ମହିଳା କ୍ରିକେଟରଙ୍କ ପ୍ରେମକୁ ଏଡ଼ାଇ ଦେଇଥିଲେ ବିରାଟ କୋହଲି !!

ବିରାଟ କୋହଲି ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ଦୁନିଆରେ ଏମିତି ବହୁତ ସାରା ଝିଅ ଅଛନ୍ତି, ଯେଉଁ ମାନେ ଆମ ଦେଶର କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀଙ୍କୁ ଆଜି ମଧ୍ୟ ନିଜର ହ୍ରୁଦୟ ଦେବାକୁ ଚାହିଁ ବସିଛନ୍ତି। କିନ୍ତୁ ଅନୁଷ୍କାଙ୍କୁ ବିବାହ କରିବା ପୂର୍ବରୁ କିଛି ମହିଳା ଏମିତି ତାଙ୍କ ଉପରେ ଫିଦା ଥିଲେ ଯେ ଯେଉଁମାନେ ତାଙ୍କୁ ନିଜର ଜୀବନ ସାଥି କରିବାକୁ ଚାହିଁଥିଲେ।
ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେହି ମହିଳା କ୍ରିକେଟରଙ୍କ ବିଷୟରେ ଯିଏ ବିରାଟ କୋହଲିଙ୍କର ବହୁତ ବଡ ପ୍ରଶଂସକ ଥିଲେ। ଏହା ସହିତ ତାଙ୍କର ପ୍ରେମ ଦିୱାନା ଥିଲେ। ସେ ବିରାଟଙ୍କ ପ୍ରେମରେ ଏମିତି ପାଗଳ ଥିଲେ ଯେ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହିଁଥିଲେ। ଏହି ଗୋରୀ ମାଡ୍ୟାମଙ୍କ ନାମ ହେଉଛି ଡାନିୟଲ ୱାଟ, ଯିଏ କି ଇଂଲଣ୍ଡର ବାସିନ୍ଦା।
ଡାନିୟଲ ୱାଟ ତିନି ବର୍ଷ ପୂର୍ବରୁ ବିରାଟଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବିରାଟ ଡାନିୟଲଙ୍କର ଏହି ପ୍ରସ୍ତାବକୁ ଏଡ଼ାଇ ଦେଇଥିଲେ। କିନ୍ତୁ ଯେତେବେଳେ ବିବାହ କରିବାର ସମୟ ଆସିଲା ତେବେ ବିରାଟ କୋହଲି ବିଦେଶୀ ନୁହେଁ ବରଂ ଦେଶୀ ମହିଳାଙ୍କୁ ନିଜର ଜୀବନ ସାଥୀ କରିବା ପାଇଁ ପସନ୍ଦ କଲେ।