Below header

ମୃତ୍ୟୁର ଉପତ୍ୟକା ! ରାତାରାତି ୧୭୪୬ ଲୋକ ଏବଂ ୩୫୦୦ ପଶୁଙ୍କ ଜୀବନ ନେଇ ଯାଇଥିଲା ଏହି ହ୍ରଦ

ଦେଶ ହେଉ ବା ବିଦେଶ । ପ୍ରଳୟର ଅନେକ ଖବର ପଢିଥିବେ । ଯେଉଁଠି ପ୍ରକୃତି ରଚିଥାଏ ମୃତ୍ୟୁର ତାଣ୍ଡବ । ଆଉ ଚାଲିଯାଇଥାଏ ହଜାର ହଜାର ନୀରିହ ଜୀବନ । ସେହିପରି ଏକ ଘଟଣା ଘଟିଥିଲା ୨୧ ଅଗଷ୍ଟ ୧୯୮୬ରେ ଆଫ୍ରିକାର କେମରୁନ୍ ନଦୀରେ । ଯେଉଁଠି ରାତାରାତି ଚାଲିଯାଇଥିଲା ହଜାରରୁ ଅଧିକ ଲୋକଙ୍କ ଜୀବନ । ଆଉ ଏହି ନୀରିହଙ୍କ ମୃତ୍ୟୁ ପାଇଁ ଦୋଷୀ ଥିଲା ନ୍ୟୋସ ହ୍ରଦ । ଏହି ଘଟଣା ପରେ ହ୍ରଦଟି ଦ ବ୍ୟାଡ୍ ଲେକ୍ ନା ରେ ଜଣାଗଲା ।

lake କୁହାଯାଏ ଏହି ହ୍ରଦରେ ଖରାପ ଆତ୍ମା ବାସ କରନ୍ତି । ଯିଏ ସର୍ବଦା କାହାକୁ ନା କାହାକୁ ନିଜ ଶିକାର କରିବା ତଲାସରେ ଥାଏ । ଏହି କଥା କେତେ ସତ କେତେ ମିଛ ତାହା ଜଣା ନାହିଁ । କିନ୍ତୁ ୧୯୮୬ରେ ଯେତେବେଳେ ହ୍ରଦଟି ୧୭୪୬ ଲୋକଙ୍କୁ ନିଜ ଶିକାର ବନାଇଥିଲା ତା ପରଠୁ ଏହି ହ୍ରଦକୁ ନେଇ ଏକ ଡର ସ୍ଥାନୀୟ ଲୋକଙ୍କ ମନରେ ବସିଯାଇଛି ।

ତେବେ ବୈଜ୍ଞାନିକଙ୍କ ମତରେ ଏହା ପଛରେ ରହିଛି ଆଉ ଏକ କାରଣ । ସେମାନଙ୍କ କହିବା ଅନୁଯାୟୀ, ଏହି ହ୍ରଦଟି ଏକ ଜ୍ବାଳାମୂଖୀ ଉପରେ ତିଆରି ହୋଇଛି । ଯେଉଁ କାରଣରୁ ଏଥିରେ କାର୍ବନ୍ ଡାଇଅକ୍ସାଇଡ୍ ମାତ୍ରା ଅଧିକ ମିଳିଥାଏ । ଆଉ ଏହି ଗ୍ୟାସ୍ ରିଲିଜ୍ ହେବା ପରିବର୍ତ୍ତେ ହ୍ରଦରେ ଜମା ହୋଇଥାଏ । ଯାହା ଫଳରେ ଧୀରେ ଧୀରେ ହ୍ରଦର ପାଣି ବମର ଗୋଳା ପାଲଟିଯାଇଥିଲା ।

lake ରିପୋର୍ଟ ଅନୁସାରେ, ହ୍ରଦର ଏକ ଗ୍ୟାଲେନ୍ ପାଣିରେ ପାଂଚ ଗ୍ୟାଲନ୍ Co2 ଥିଲା । ଆଉ ୨୧ ଅଗଷ୍ଟ ୧୯୮୬ରେ ଏହି ହ୍ରଦରେ ଏକ ଛୋଟ ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ୩୦୦ ଫୁଟ ଉପରକୁ ଯାଇଥିଲା ପାଣି । ଦେଖୁଦେଖୁ ହ୍ରଦରେ ଜମା ହୋଇଥିବା ବିଷାକ୍ତ ଗ୍ୟାସ୍ ପବନରେ ମିଶିଯାଇଥିଲା । ଆଉ ମାତ୍ର ୨୦ ସେକେଣ୍ଡ୍ ମଧ୍ୟରେ ମଧ୍ୟରେ ମୃତ୍ୟୁର ତାଣ୍ଡବ ରଚିଥିଲା ଏହି ବିଷାକ୍ତ ଗ୍ୟାସ୍ । ନେଇଯାଇଥିଲା ୧୭୪୬ ଲୋକଙ୍କ ସହ ୩୫୦୦ ପଶୁଙ୍କ ଜୀବନ । ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଯୋଗୁଁ ନୀଳରୁ ଲାଲ୍ ହୋଇଯାଇଥିଲା ହ୍ରଦର ପାଣିର ରଙ୍ଗ । ପ୍ରାୟ ୪୦୦ ବର୍ଷ ପୁରୁଣା ଏହି ପୁରୁଣା ହ୍ରଦକୁ ସେବେଠାରୁ ମୃତ୍ୟୁର ହ୍ରଦ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.