ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଲେ କୋହଲି, ୩୦୦୦ ରନରେ ପହଞ୍ଚିଥିବା ଦୁନିଆର ପ୍ରଥମ ଖେଳାଳି

ଇଂଲଣ୍ଡ ଠାରୁ ଦ୍ବିତୀୟ ଟି-୨୦ ମ୍ଯାଚ ଛଡାଇ ଆଣିଲା ବିରାଟ ବାହିନୀ। କେବଳ ଭାରତକୁ ବିଜୟୀ କରାଇବା ସହିତ ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ୧୨ ହଜାର ରନ ପୂରଣ କରିବାରେ ତୃତୀୟ ଅଧିନାୟକ ହୋଇଛନ୍ତି। ତାଙ୍କ ଆଗରେ ବର୍ତ୍ତମାନ ରିକି ପଣ୍ଡିଂ ଓ ଗ୍ରେମ ସ୍ମିଥ୍ ରହିଛନ୍ତି। କୋହଲିଙ୍କୁ ଅଧିନାୟକ ଭାବେ ୧୨୦୦୦ ରନ ପୂରଣ କରିବାକୁ ୧୭ ରନ ଦରକାର ଥିଲା। ଦ୍ଵିତୀୟ ଟି-୨୦ରେ କୋହଲି ୧୭ ରନ କରିବା ମାତ୍ରେ ଏହି କ୍ଲବରେ ସାମିଲ ହୋଇ ଯାଇଛନ୍ତି। ଏଥିସହ ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି-୨୦ ଅନ୍ତରାଷ୍ଟ୍ରୀୟରେ କୋହଲି ୩୦୦୦ ରନ ପୂରଣ କରିଛନ୍ତି। କୋହଲି ୪୯ ବଲ ଖେଳି ୫ଟି ଚୌକା ଏବଂ ୩ଟି ଛକା ମାରିଥିଲେ।

ବିରାଟ କୋହଲି ଦ୍ଵିତୀୟ ଟି-୨୦ରେ ୪୯ ବଲ୍ରୁ ୭୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଏଥିସହ କୋହଲି ଟି-୨୦ ଅନ୍ତରାଷ୍ଟ୍ରୀୟରେ ୩୦୦୦ ରନ ପୂରଣ କରିଛନ୍ତି। ବିଶ୍ଵ କ୍ରିକେଟରେ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୩୦୦୦ ରନ ପୂରଣ କରିବାରେ ସେ ପ୍ରଥମ କ୍ରିକେଟର। ମ୍ୟାଚ୍ ପୂର୍ବରୁ କୋହଲି ୨୯୨୮ ରନ କରିଥିଲେ।


ଏବେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ରନ କରିବା ମାମଲାରେ ବିରାଟଙ୍କ ପରେ ରୋହିତ ଶର୍ମା(୨୮୩୯) ରହିଛନ୍ତି। ମାର୍ଟିନ ଗୁପଟିଲ(୨୭୭୩)ତୃତୀୟ ଓ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍(୨୩୪୬) ଚତୁର୍ଥ ସ୍ଥାନରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.