କୋହଲିଙ୍କୁ ବିରାଟ ପୁରସ୍କାର, ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଯୁଗ୍ମ ଭାବେ ନାମ ସୁପାରିଶ

ନୂଆଦିଲ୍ଲୀ : ରାଜୀବ ଖେଳରତ୍ନ ପୁରସ୍କାର ପାଇଁ ବିରାଟ କୋହଲି ଓ ମୀରାବାଇ ଚାନୁଙ୍କ ନାମ ସୁପାରିଶ । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଜଣେ ବ୍ୟାଟ୍ସମ୍ୟାନ ଭାବେ ବର୍ତ୍ତମାନ ଆଇସିସି ମାନ୍ୟତାର ୧ ନମ୍ବର ସ୍ଥାନରେ ଅଛନ୍ତି । ତାଙ୍କ ଅଧୀନରେ ଟିମ୍ ଇଣ୍ଡିଆ ଘରୋଇ ସିରିଜ୍ ଜିତିବାରେ ସଫଳ ହୋଇଛି । କୋହଲିଙ୍କ ସହ ମହିଳା ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କୁ ଯୁଗ୍ମ ଭାବେ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ଯଦି କ୍ରୀଡ଼ାମନ୍ତ୍ରୀଙ୍କ ଅନୁମୋଦନ ମିଳେ ତେବେ ଏମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ପୂର୍ବରୁ କ୍ରିକେଟ୍ ଖେଳାଳି ଭାବେ ୧୯୯୭ରେ ସଚିନ୍ ତେନ୍ଦୁଲକରଙ୍କୁ ଏବଂ ୨୦୦୭ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମିଳିଥିଲା ଏହି ପୁରସ୍କାର । ଅନ୍ଯପଟେ ମୀରାବାଇ ଚାନୁ ଗତ ବର୍ଷ ବିଶ୍ୱ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । କିନ୍ତୁ ଆହତ ଥିବା କାରଣରୁ ଚଳିତ ବର୍ଷ ଏସିଆନ୍ ଗେମ୍ସରେ ଭାଗ ନେଇପାରି ନଥିଲେ ଚାନୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.