ରାଗରେ ପ୍ରଶଂସକଙ୍କୁ ଭାରତ ଛାଡିବା ପରାମର୍ଶ ଦେଲେ କୋହଲି , ସୋସିଆଲ୍ ମିଡିଆରେ ହଇଚଇ ମଚାଉଛି ଭାଇରାଲ୍ ଭିଡିଓ

କେତେବେଳ ମୈଦାନରେ ଧୂଆଁଧାର ବ୍ୟାଟିଂ ତ କେତେବେଳେ ସାଥୀ ଖେଳାଳିଙ୍କୁ ଖରାପ ଭାଷାରେ ଗାଳିଗୁଲଜ । ଏସବୁ ରନ୍ ମେସିନ୍ ବିରାଟ କୋହଲିଙ୍କୁ ସବୁବେଳେ ରଖିଥାଏ ଚର୍ଚ୍ଚାରେ । ଏବେ କୋହଲିଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଜଣେ ପ୍ରଶଂସକଙ୍କୁ ଦେଶ ଛାଡିବାକୁ ପରାମର୍ଶ ଦେଉଛନ୍ତି କୋହଲି ।

ପ୍ରଶଂସକ ଜଣକ କମେଂଟ୍ କରିଥିଲେ ଯେ କୋହଲି ଜଣେ ଓଭରରେଟେଡ୍ ବ୍ୟାଟ୍ସମ୍ୟାନ୍ । ତାଙ୍କର ବ୍ୟାଟିଂରେ ସେମିତି କିଛି ଖାସ୍ ନାହିଁ । ମୁଁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କଠୁ ଅଧିକ ଇଲଂଣ୍ଡ ଏବଂ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କର ବ୍ୟାଟିଂ ଦେଖିବା ପସନ୍ଦ କରେ

ଆଉ ଏହି କମେଂଟରେ କ୍ଷୁବ୍ଧ ହୋଇ କୋହଲି କହିଛନ୍ତି ଯଦି ଏହି ପ୍ରଶଂସକଙ୍କୁ ଭାରତଠୁ ଅଧିକ ବିଦେଶୀ ଖେଳାଳିଙ୍କ ବ୍ୟାଟିଂ ପସନ୍ଦ ତେବେ ତାଙ୍କୁ ଦେଶ ଛାଡିଦେବା ଉଚିତ୍ । କୋହଲି କହିଛନ୍ତି , ମତେ ଲାଗୁନି ଆପଣଙ୍କୁ ଦେଶରେ ରହିବା ଉଚିତ୍ । ଯାଆନ୍ତୁ ଆଉ କୋଉଠି ରୁହନ୍ତୁ । ଆପଣ ଆମ ଦେଶରେ ଅନ୍ୟ ଦେଶକୁ କାହିଁକି ପସନ୍ଦ କରୁଛନ୍ତି ? ଆପଣ ମତେ ପସନ୍ଦ କରୁଛନ୍ତି କି ତାହା ମୋ ଉପରେ କୌଣସି ଫରକ ପକାଏନି । କିନ୍ତୁ ଆମ ଦେଶରେ ରହି ଅନ୍ୟର ଜିନିଷ ପସନ୍ଦ କରିବା ଉଚିତ୍ ନୁହେଁ । ନିଜର ପ୍ରାଥମିକତା ଠିକ୍ କରନ୍ତୁ ।

ତେବେ କୋହଲିଙ୍କ ଏପରି ପ୍ରତିକ୍ରିୟାକୁ ନେଇ ଅନେକ ଲୋକ ତାଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି । ଅନେକ ପ୍ରଶ୍ନ କରିଛନ୍ତି, ନିଜେ ବିଦେଶୀ କପଡା ପିନ୍ଧାବାଠୁ ଆରମ୍ଭ କରି ବିବାହ ମଧ୍ୟ ବିଦେଶରେ କରିଛନ୍ତି । କଣ ସେ ଏପରି କରିବା ଠିକ୍ ?

ଦେଖନ୍ତୁ ଟ୍ବିଟର ବନ୍ୟା :