Below header

ବିରାଟ କୋହଲୀଙ୍କ ନୂଆ ଲୁକ ହେଉଛି ଭାଇରାଲ, ପଗଡି ପିନ୍ଧି କହୁଛନ୍ତି- ‘ସତ ଶ୍ରୀ ଅକାଳ’

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲୀ ଟ୍ବିଟରରେ ନିଜର ନୂଆ ଲୁକ ସେୟାର କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ପଞ୍ଜାବୀ ଲୁକରେ ଦେଖିବାକୁ ମିଳୁଛି। ବିରାଟ ମୁଣ୍ଡରେ ପଗଡି, ମୁସଲିମ ସୁଟ ଏବଂ ଡାହାଣ ହାତରେ କଡା ମଧ୍ୟ ପିନ୍ଧିଥିବାର ନଜର ଆସିଥିଲେ। ଗୋଲାପୀ ପଗଡି ପିନ୍ଧିଥିବା ବିରାଟ ଏହି ଫଟୋରେ ହାତ ଯୋଡି ଛିଡା ହୋଇଛନ୍ତି।

ସେ ଫଟୋ ସହିତ ସମସ୍ତଙ୍କୁ ସତ ଶ୍ରୀ ଅକାଳ ଲେଖି ଅଭିନନ୍ଦନ ଜଣାଇଛନ୍ତି।। ତାଙ୍କର ଏହି ନୂଆ ଲୁକ ଟ୍ବିଟରରେ ବହୁତ ଭାଇରାଲ ହେଉଛି। ଏବେ ପର୍ଯ୍ୟନ୍ତ ସେହି ଫଟୋକୁ ୨୧ ଲକ୍ଷ ଲୋକ ଲାଇକ କରିସାରିଲେଣି।

ବିରାଟ କୋହଲୀ ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ସେ ନିଜ ଟିମ ବାଙ୍ଗାଲୋର ପାଇଁ ଖେଳୁଛନ୍ତି। ଅବଶ୍ୟ ଏହି ଟିମର ପ୍ରଦର୍ଶନ ଏତେଟା ଭଲ ହେଉନାହିଁ।

virat-kohliଆରସିବି ଟିମ ଏବେ ପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳି ସାରିଥିବାବେଳେ ଗୋଟିଏରେ ଜିତି ଆଉ ୭ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ବାଙ୍ଗରଲୋରକୁ ଗୋଟିଏ ବିଜୟ ପଞ୍ଜାବ ଠାରୁ ମିଳିଛି। ଏହି ସିଜନରେ ବିରାଟଙ୍କ ଟିମ ପ୍ଲେ ଅଫରେ ପହଁଚିବା ପ୍ରାୟ ଅସମ୍ଭବ ଅଟେ।

ଇଣ୍ଡିଆନ ଟି-୨୦ ପରେ କୋହଲୀଙ୍କ ନଜର ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ବ କପ୍। ନିକଟରେ ଭାରତ ବିଶ୍ବ କପ୍ ଟିମର ଘୋଷଣା କରାଯାଇସରିଛି ଏବଂ ବିରାଟଙ୍କ ଅଧିନାୟକରେ ଚୟନକର୍ତ୍ତା ୧୫ ସଦସ୍ୟ ଟିମ ବାଛିଛନ୍ତି। ବିରାଟ କୋହଲୀ ନିଜର କ୍ୟାରିୟରରେ ତ୍ରୁତୀୟ ଥର ୱାର୍ଲ୍ଡ କପରେ ଖେଳିବେ।

 

 

View this post on Instagram

 

Sat Shri Akal saarreyaan nu! 🙏🏼

A post shared by Virat Kohli (@virat.kohli) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.