ଭାରତର ଦୁର୍ବଳ ବ୍ୟାଟିଂ, ଅଷ୍ଟ୍ରେଲିଆ ସାମ୍ନାରେ ୧୨୭ ରନର ଟାର୍ଗେଟ୍

ଅଷ୍ଟ୍ରେଲିଆକୁ ୧୨୭ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ । ବିଶାଖପାଟଣାସ୍ଥିତ ଓ୍ଵାଇ ଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୨୬ ରନ କରିଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ ।

ତେବେ କେବଳ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ କରିଛନ୍ତି । ଲୋକେଶ୍ ୩୬ ବଲରେ ୬ ଚୌକା ଓ ଗୋଟିଏ ଛକା ମାରି ୫୦ ରନ୍ କରିଛନ୍ତି । ମହେନ୍ଦ୍ର ସିଂହ ଧୋନି ଅପରାଜିତ ୨୯ ରନ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୧୭ଟି ବଲ ଖେଳି କରିଛନ୍ତି ୨୪ ରନ୍ । ତେବେ ଆଦାମ ଜାମ୍ପାଙ୍କ ବଲ କଲଟର ନାଇଲଙ୍କୁ କ୍ୟାଚ ଦେଇ ଆଉଟ ହୋଇଛନ୍ତି ବିରାଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.