ପୁରୁଣା ସାଥୀ ନେମାରଙ୍କ ଟିମ୍‌ରେ ସାମିଲ ହେଲେ ଲିଓନେଲ ମେସି, ଜାଣନ୍ତୁ ବର୍ଷକୁ ନେବେ କେତେ ଟଙ୍କା

ପ୍ୟାରିସ୍‌ରେ ପହଞ୍ଚିଛନ୍ତି ଦୁନିଆର ଟପ୍‌ ଫୁଟବଲର ଲିଓନେଲ ମେସି। ଦୁଇ ବର୍ଷ ପାଇଁ ଫ୍ରାନ୍ସିସ୍‌ କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ-ଜର୍ମାନ(ପିଏସ୍‌ଜି) ସହ ଚୁକ୍ତି ସ୍ୱାକ୍ଷର କରିବା ପରେ ମଙ୍ଗଳବାର ଦିନ ପ୍ୟାରିସରେ ପହଞ୍ଚିଛନ୍ତି ମେସି। ଏ ଅବସରରେ ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ମେସିଙ୍କର ଗୋଟିଏ ଝଲକ୍‌ ପାଇଁ ଫ୍ୟାନ୍‌ ପାଗଳ ହୋଇପଡ଼ିଛନ୍ତି।

ଅନ୍ୟପଟେ ମେସିଙ୍କୁ ସ୍ୱାଗତ କରିବା ପାଇଁ କ୍ଲବ୍‌ ତରଫରୁ ‘ନ୍ୟୁ ଡାଇମଣ୍ଡ ଇନ୍‌ ପ୍ୟାରିସ୍‌’ କ୍ୟାପସନ୍‌ ସହ ଏକ ଭିଡିଓ ଟିଜର ପୋଷ୍ଟ କରାଯାଇଛି। ପିଏସ୍‌ଜିରେ ମେସି ପୁରୁଣା ସାଥୀ ନେମାରଙ୍କ ସହ ଖେଳିବେ।

 

View this post on Instagram

 

A post shared by Paris Saint-Germain (@psg)

ଆର୍ଜେଣ୍ଟିନାର ଫୁଟବଲର ମେସି ୨୧ ବର୍ଷ ଧରି ପ୍ରବାସୀ ଭାବେ ରହିବା ପରେ ନିକଟରେ ବାର୍ସିଲୋନା ଛାଡ଼ିଛନ୍ତି। କିଛି ଦିନ ତଳେ ସେ ଆର୍ଜେଣ୍ଟିନା ପାଇଁ କୋପା ଆମେରିକା ଜିତିଛନ୍ତି। ମଙ୍ଗଳବାର ସେ ପ୍ୟାରିସରେ ପହଞ୍ଚି ନୂଆ କ୍ଲବ୍‌ ସହ ଅନୁବନ୍ଧିତ ହୋଇଛନ୍ତି। ରିପୋର୍ଟ ମୁତାବକ, ପିଏସ୍‌ଜି ସହ ଚୁକ୍ତି ସ୍ୱାକ୍ଷର କରିବା ପରେ ମେସି ବାର୍ଷିକ ୩.୫ କୋଟି ଡଲାର ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.