ୱେଷ୍ଟଇଣ୍ଡିଜ ସାମ୍ନାରେ ଧରାସାୟୀ ପାକିସ୍ତାନ, ମାତ୍ର ୧୦୫ ରନରେ ଅଲଆଉଟ୍ ହେଲା ଟିମ୍

ୱେଷ୍ଟଇଣ୍ଡିଜ ସାମ୍ନାରେ ଧରାସାୟୀ ହେଲା ପାକିସ୍ତାନ । ମାତ୍ର ୧୦୫ ରନରେ ଅଲଆଉଟ୍ ହେଲା ଟିମ୍ । ନଟିଂହାମର ଟେଣ୍ଟ ବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟର ୨ୟ ମ୍ୟାଚରେ ଆଜି ସାମ୍ନସାମ୍ନି ହୋଇଛନ୍ତି ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ତେବେ ପ୍ରାରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ପାକିସ୍ତାନ । ମାତ୍ର ୧୦୫ ରନରେ ସୀମିତ ହୋଇଗଲା ଟିମ୍ । ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ସାମ୍ନାରେ ରହିଛି ମାତ୍ର ୧୦୬ ରନର ଲକ୍ଷ ।

ଓପନର ଇମାମ-ଉଲ ହକ ମାତ୍ର ୨ ରନ କରି କଟ୍ରିଲଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ଏହା ପରେ ଫକର ଆଜମ ମାତ୍ର ୨୨ ରନ କରି ଆଣ୍ଡ୍ରେ ରସେଲଙ୍କ ଦ୍ୱାରା ଆଉଟ ହୋଇଥିଲେ । ସେହିପରି ୪ ନମ୍ବରରେ ଆସିଥିବା ହାରିସ ସୋହେଲ ବି ମାତ୍ର ୮ ରନ କରି ଆଉଟ୍ ହୋଇଥିବା ବେଳେ ବାବର ଆଜମ ମଧ୍ୟ ୨୨ ରନ କରି ଆଉଟ ହୋଇଥିଲେ ।

ଅନ୍ୟପଟେ ଓସାଇନ୍‌ ଥୋମାସ ୪ଟି ଓ୍ଵିକେଟ୍‌ ନେଇଥିବା ବେଳେ ଜସନ ହୋଲଡରଙ୍କୁ ମିଳିଥିଲା ୩ଟି ଓ୍ଵିକେଟ୍‌ । ସେହିପରି ଆନ୍ଦ୍ରେ ରସଲ ୩ ଓଭରରେ ୩ ରନ୍‌ ଦେଇ ୨ ଓ୍ଵିକେଟ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.