ବିଶ୍ବକପର ପ୍ରଥମ ମ୍ୟାଚରେ ବାଜି ମାରିଲା ଇଂଲଣ୍ଡ, ୧୦୪ ରନରେ ହରାଇଲା ଦକ୍ଷିଣ ଆଫ୍ରିକାକୁ

ବିଶ୍ବକପର ପ୍ରଥମ ମ୍ୟାଚରେ ବାଜି ମାରିଲା ଇଂଲଣ୍ଡ । ୧୦୪ ରନରେ ହରାଇଲା ଦକ୍ଷିଣ ଆଫ୍ରିକାକୁ । ଇଂଲଣ୍ଡ ଦେଇଥିବା ୩୧୨ ରନର ଲକ୍ଷକୁ ପିଛା କରି ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ୪ର୍ଥ ଓଭରରେ ଆହତ ହୋଇ ପାଭିଲିୟନ୍ ଫେରିଯାଇଥିଲେ ଅମଲା ରିଟାୟର୍ଡ । ଏହା ପରେ ଧୀରେ ଧୀରେ କରି ଦକ୍ଷିଣ ଆଫ୍ରିକାର ୱିକେଟ ପତନ ହୋଇଥିଲା । ଆଉ ମ୍ୟାଚଟି ଚାଲିଯାଇଗଲା ଇଂଲଣ୍ଡ ହାତକୁ । ୩୯.୫ ଓଭରରେ ମାତ୍ର ୨୦୭ ରନରେ ସୀମିତ ହୋଇଗଲା ଦକ୍ଷିଣ ଆଫ୍ରିକା ।

ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଏହା ପରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଇଂଲଣ୍ଡ । ତେବେ ପ୍ରଥମ ବଲରେ ଇଂଲଣ୍ଡର ପ୍ରଥମ ଓ୍ଵିକେଟ ଯିବା ଦଳକୁ ଦୋହଲାଇ ଦେଇଥିଲା । ଜନି ବେୟାଷ୍ଟୋଙ୍କୁ ଖାତାଖୋଲିବା ପୂର୍ବରୁ ପାଭିଲିୟନକୁ ପଠାଇ ଦେଇଥିଲେ ଇମରାନ ତାହିର । କିନ୍ତୁ ଇଂଲଣ୍ଡର ରୁଟ୍ ଓ ରୟ ପାଳିକୁ ସମ୍ଭାଳିବା ସହିତ ୧୦୬ ରନର ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ କରିଥିଲେ । ଜେସନ ରୟ ୫୩ ବଲରୁ ଦମଦାର ୫୪ ରନ କରି ଆଉଟ୍ ହୋଇଥିବା ବେଳେ ରୁଟ୍ ୫୯ ବଲରୁ ୫୧ ରନ କରି ଆଉଟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.