ଆଡ୍ ଦୁନିଆରେ ଡେବ୍ଯୁ କରିବାକୁ ଯାଉଛନ୍ତି କୁନି ଜିଭା, ସାମ୍ନାକୁ ଆସିଲା ଭିଡିଓ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପରିବାର ସହ ସମୟ ବିତାଉଛନ୍ତି। ଆଇପିଏଲ୍ ୨୦୨୦ରେ ଖରାପ ପ୍ରଦର୍ଶନକୁ ଭୁଲି ଏବେ ଧୋନୀ, ପତ୍ନୀ ସାକ୍ଷୀ ରାଓ୍ବତ ଓ ଝିଅ ଜିଭାଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି। ବାପାଙ୍କ ପରେ ଏବେ ଝିଅ ବି ନାଁ କମାଇବାକୁ ଯାଉଛନ୍ତି।

ମିଳିଥିବା ସୂଚନା ଅନୁସାରେ ଜିଭା ସିଂହ ଧୋନୀ ବିଜ୍ଞାପନ ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ୍ ଭୟାନୀଙ୍କ ଅନୁସାରେ ମାହି ନିଜ ଝିଅଙ୍କ ସହ ଓରିଓ ବିସ୍କିଟର ନୂଆ ଆଡରେ ନଜର ଆସିପାରନ୍ତି। ଯଦି ଏପରି ହେଲା ତେବେ ଜିଭା ବିଜ୍ଞାପନ ଦୁନିଆରେ ପାଦ ଥାପିବେ।

 

View this post on Instagram

 

A post shared by Viral Bhayani (@viralbhayani)


ଅନ୍ୟପଟେ ଓରିଓ ପକ୍ଷରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଭିଡିଓ ସହ କ୍ୟାପ୍ସନ ରହିଛି, ଅନୁମାନ ଲଗାନ୍ତୁ ଆମ ପରିବାର ସହ କିଏ ସାମିଲ ହେବାକୁ ଯାଉଛନ୍ତି। ଅଧିନାୟକ ଓ ଉପ ଅଧିନାୟକ ଖେଳ ପାଇଁ ରିପୋର୍ଟ କରୁଛନ୍ତି। ଏହି ପୋଷ୍ଟରୁ ଅନୁମାନ କରାଯାଉଛି ଏଥିରେ ଧୋନୀଙ୍କ କଥା କୁହାଯାଇଛି। କିନ୍ତୁ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ। କ୍ଯାପଟେନ କୁଲ ନାମରେ ଜଣାଶୁଣା ଧୋନୀ ବିଜ୍ଞାପନ ଜରିଆରେ ହିଁ ଅଧିକ ଆୟ କରନ୍ତି। ଇଣ୍ଟରନ୍ଯାସନାଲ କ୍ରିକେଟରୁ ରିଟାୟରମେଣ୍ଟ ପରେ ସେ ଆଡ୍ ଦୁନିଆର ନଂ ୧ ପସନ୍ଦ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.