ଆସନ୍ତାକାଲିଠୁ ଦେଶବ୍ୟାପୀ କୋଭିଡ୍‌ ଟିକାର ଡ୍ରାଏ ରନ୍, ଆଜି ବସୁଛି ସବଜେକ୍ଟ ଏକ୍ସପର୍ଟ କମିଟି ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶବ୍ୟାପୀ କୋଭିଡ୍‌ ଟିକାର ଡ୍ରାଏ ରନ୍‌ । କରୋନା ଟିକାକରଣ ନେଇ ଦେଶରେ ଆରମ୍ଭ ହେବ ସବୁଠୁ ବଡ଼ ଅଭିଯାନ । ଗୋଟିଏ ଦିନରେ ସବୁ ରାଜ୍ୟରେ ଟିକାକରଣ ପାଇଁ ମକ ଡ୍ରିଲ୍‌ କରାଯିବ । ସେପଟେ ଆଜି ବସୁଛି ସବଜେକ୍ଟ ଏକ୍ସପର୍ଟ କମିଟି ବୈଠକ । ସୁରକ୍ଷା ମାନଦଣ୍ଡ ନେଇ ଟିକା ନିର୍ମାତା କମ୍ପାନୀ ଦେଇଥିବା ତଥ୍ୟର ଅନୁଧ୍ୟାନ ପରେ କୌଣସି ଗୋଟିଏ ଟିକାର ଜରୁରୀ ବ୍ୟବହାର ଉପରେ ମୋହର ବାଜିପାରେ ।

କୋଲ୍ଡ ଷ୍ଟୋରେଜ, ଟିକାକରଣ କେନ୍ଦ୍ରକୁ ଟିକା ପରିବହନ, ସାମାଜିକ ଦୂରତା ରଖି ଲୋକଙ୍କୁ ଟିକା ପ୍ରଦାନ ପରିଚାଳନାର ଅଭ୍ୟାସ କରାଯିବ । ଓଡ଼ିଶାରେ ବି କରାଯିବ କୋଭିଡ୍‌ ଟିକାର ଡ୍ରାଏ ରନ୍‌ । ଭୁବନେଶ୍ୱର ସମେତ ସବୁ ଜିଲ୍ଲା ମୁଖ୍ୟାଳୟରେ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ୨୮ ଓ ୨୯ ତାରିଖରେ ଚାରିଟି ରାଜ୍ୟ ପଞ୍ଜାବ, ଆସାମ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶରେ ସଫଳତାର ସହ ଭ୍ୟାକସିନ୍‌ ଡ୍ରାଏ ରନ୍‌ କରାଯାଇଥିଲା । ଏଥିରେ ସଫଳତା ମିଳିବା ପରେ ଏବେ ସାରା ଦେଶରେ ଡ୍ରାଏ ରନ୍‌ କରିବାକୁ ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.