ସଡକ ଦୁର୍ଘଟଣାରେ ଝିଅ ମୃତ, ବାପା ଏବଂ ପୁଅ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଝିଅ ମୃତ, ବାପା ଏବଂ ପୁଅ ଗୁରୁତର । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବାଟଗ୍ରାମ ବ୍ରିଜ ନିକଟରେ ସ୍କୁଟି ଏବଂ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଝିଅର ମୃତ୍ଯୁ ହୋଇଥିବା ଜଣାଯାଇଛି ।

ଜଳେଶ୍ବର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଝିଅ ମୃତ, ବାପା ଏବଂ ପୁଅ ଗୁରୁତର । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବାଟଗ୍ରାମ ବ୍ରିଜ ନିକଟରେ ସ୍କୁଟି ଏବଂ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଝିଅର ମୃତ୍ଯୁ ହୋଇଥିବା ଜଣାଯାଇଛି ।

ବାପ ଏବଂ ପୁଅ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଶ୍ରୀବତ୍ସପୁର ଗ୍ରାମର ସୂର୍ଯ୍ଯ ପାତ୍ର ତାଙ୍କ ସ୍କୁଟିରେ ଝିଅ ଏବଂ ପୁଅକୁ ବସାଇ ଘରକୁ ଫେରୁଥିବା ବେଳେ ବାଟଗ୍ରାମ ବ୍ରିଜ ନିକଟରେ ଏକ ଆପାଚି ବାଇକ ଦ୍ରୂତଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା ।

ଫଳରେ ତିନି ଜଣ ଯାକ ସ୍କୁଟିରୁ ଛିଟିକି ପଡିବାରୁ ଘଟଣାସ୍ଥଳରେ ଝିଅ ବର୍ଷା ପାତ୍ରର ମୃତ୍ଯୁ ହୋଇଥିବା ଜଣାଯାଇଛି । ସୂର୍ଯ୍ଯ ଏବଂ ତାଙ୍କ ପୂଅ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଭୟ ବାପ ଏବଂ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ବରପୁର ହସପିଟାଲରେ ଭର୍ତ୍ତି କରାଇଛନ୍ତି ।

ଅନ୍ଯପଟେ ଧକ୍କା ଦେଇଥିବା ବାଇକ ଆରୋହୀଙ୍କୁ ମଧ୍ଯ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ  ଜଳେଶ୍ବରପୁର ହସପିଟାଲରେ ଭର୍ତ୍ତି କରାଇଥିଲେ । ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତିନି ଜଣଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ଯବଚ୍ଛେଦ ପାଇଁ ପଠାଇବା ସହ ଗାଡିଗୁଡିକ ଜବତ କରି ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.