ଆସିଲାନି ଆମ୍ବୁଲାନ୍ସ, ୨୦ କିଲୋମିଟର କାନ୍ଧରେ ବୁହାହେଲେ ଶବ

ମିଳିଲାନି ଆମ୍ବୁଲାନ୍ସ l ୨୦ କିଲୋମିଟର କାନ୍ଧରେ ବୁହାହେଲେ ଶବ l ସମ୍ପର୍କୀୟ ବାରମ୍ବାର ଆମ୍ବୁଲାନ୍ସକୁ ଡାକିଲେ l କିନ୍ତୁ, ଆମ୍ବୁଲାନ୍ସ ନଆସିବାରୁ ଓ ହାତରେ ଟଙ୍କା ନଥିବାରୁ ବାଧ୍ୟ ହୋଇ 20 କିଲୋମିଟର ଶବକୁ ଭାରରେ ବୋହି ଆଣିଲେ ସମ୍ପର୍କୀୟ ଓ ବନ୍ଧୁ-ବାନ୍ଧବ l ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମରେ l

ନବରଙ୍ଗପୁର : ମିଳିଲାନି ଆମ୍ବୁଲାନ୍ସ l ୨୦ କିଲୋମିଟର କାନ୍ଧରେ ବୁହାହେଲେ ଶବ l ସମ୍ପର୍କୀୟ ବାରମ୍ବାର ଆମ୍ବୁଲାନ୍ସକୁ ଡାକିଲେ l କିନ୍ତୁ, ଆମ୍ବୁଲାନ୍ସ ନଆସିବାରୁ ଓ ହାତରେ ଟଙ୍କା ନଥିବାରୁ ବାଧ୍ୟ ହୋଇ 20 କିଲୋମିଟର ଶବକୁ ଭାରରେ ବୋହି ଆଣିଲେ ସମ୍ପର୍କୀୟ ଓ ବନ୍ଧୁ-ବାନ୍ଧବ l ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମରେ l

ଘଟଣା ଅନୁସାରେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ଗ୍ରାମପଞ୍ଚାୟତ ନିକଟ ପୁର୍ଣିଗୁଡା ଗ୍ରାମର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ରହିଛନ୍ତି । ତେବେ ସାନ ଝିଅ ଜନ୍ମ ହୋଇ 3ମାସ ହେଇଥିବାରୁ କରୁଣା ଅମାନାତ୍ୟ ତାଙ୍କ ବାପାଙ୍କ ଘର ପୁର୍ଣିଗୁଡାକୁ ଯାଇଥିଲେ ।

ରାତିରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ବହୁ ଚେଷ୍ଟା ପରେ ମଧ୍ୟ ସରକାରୀ ଗାଡି କି କୌଣସି ସରକାରୀ ସାହାଯ୍ୟ ସୁବିଧା ମିଳି ନଥିଲା । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବରୁ କୌଣସି ଗାଡିର ବ୍ୟବସ୍ଥା କରିପାରିନଥିଲେ l ଫଳରେ ତାଙ୍କ ସମ୍ପର୍କୀୟମାନେ କୌଣସି ଉପାୟ ନପାଇ ପ୍ରାୟ 20 କିଲୋମିଟର ଖଟିଆରେ ବୋହି କି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଫୁପୁଗାଁ ଗ୍ରାମକୁ ଆଣି ସେଠାରେ ଶବ ସଂସ୍କାର କରିଥିଲେ l ଯାହାକୁ ନେଇ ଗ୍ରାମବାସୀ ସରକାରୀ ଯୋଜନା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.