ନିରାଶା ଭିତରେ ବାଲେଶ୍ବରରୁ ଆସିଲା ଆଶାର କିରଣ, କରୋନାକୁ ମାତ ଦେଲେ ଶତାୟୁ ବୃଦ୍ଧ

ବାଲେଶ୍ବର(କେନ୍ୟୁଜ୍):  ନିରାଶା ଭିତରେ ଆଶାର କିରଣ। କରୋନାକୁ ମାତ ଦେଲେ ଶତାୟୁ। ବାଲେଶ୍ୱର ଜିଲ୍ଲାରେ କରୋନାକୁ ପରାସ୍ତ କରିଛନ୍ତି ୧୦୭ବର୍ଷର ବୃଦ୍ଧ ଦୟାନିଧି ପଣ୍ଡା। ରେମୁଣା ବ୍ଲକ୍‌ ଶେରଗଡ଼ ବିରୁଆଁ ଅଞ୍ଚଳ ଦୟାନିଧି ଗତ ସପ୍ତାହରେ ହଠତ ଅସୁସ୍ଥ ହୋଇ ପଡ଼ିଥିଲେ। ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ତାଙ୍କର କୋଭିଡ ଟେଷ୍ଟ ହୋଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଅକ୍ସିଜେନ ଲେବଲ କମ ଥିବାରୁ ତାଙ୍କର ଚିକିତ୍ସାରେ ଲାଗିପଡ଼ିଥିଲେ ଡାକ୍ତର।

କରୋନାରୁ ସୁସ୍ଥ ହେବା ପରେ ଦୟାନିଧିଙ୍କୁ ଗତକାଲି କୋଭିଡ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ସହ ଅକ୍ସିଜେନ ସ୍ତର ସ୍ୱାଭାବିକ ରହିଛି। ଦୟାନିଧି ଏବେ ବିପଦମୁକ୍ତ ବୋଲି କହିଛନ୍ତି ଚିକିତ୍ସା କରିଥିବା ଡାକ୍ତର। ତେବେ ବୟସାଧିକ କାରଣରୁ ଚାଲିବା ବୁଲିବାରେ କଷ୍ଟ ଅନୁଭବ ହେଉଥିବା ପରିବାରବର୍ଗ କହିଛନ୍ତି।

ଶତାୟୁ ଦୟାନିଧି କୋଭିଡ ପଜିଟିଭ ହେବା ଆଶ୍ଚର୍ଯ୍ୟଜନକ ନଥିଲା। କିନ୍ତୁ ସେ ପୁଣି ସୁସ୍ଥ ହୋଇ ଘରକୁ ଫେରିବା ସମସ୍ତଙ୍କୁ ଚକିତ କରିବା ସହ ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ଆରୋଗ୍ୟ ପାଇଁ ପରିବାର ଲୋକେ ଡାକ୍ତରୀ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.