କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର, ଭାଙ୍ଗିଲା ୩ ବ୍ୟାରେକ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା CRPF ଯବାନଙ୍କ ୩ଟି ବ୍ୟାରେକ । ପ୍ରବଳ ବର୍ଷା ପବନ ଯୋଗୁଁ ବ୍ୟାରେକର ଛାତ ଉଡ଼ାଇ ନେବା ସହ ଭାଙ୍ଗିରୁଜି ଯାଇଥିଲା ।

ମାଲକାନଗିରି (କେନ୍ୟୁଜ): କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା CRPF ଯବାନଙ୍କ ୩ଟି ବ୍ୟାରେକ । ପ୍ରବଳ ବର୍ଷା ପବନ ଯୋଗୁଁ ବ୍ୟାରେକର ଛାତ ଉଡ଼ାଇ ନେବା ସହ ଭାଙ୍ଗିରୁଜି ଯାଇଥିଲା । ଫଳରେ ୧୧ ଜଣ ଯବାନ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଯବାନଙ୍କୁ ୟୁନିଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଡବା ଗାଁ ନିକଟରେ ମାଓ ଦମନ ପାଇଁ ନିୟୋଜିତ ହୋଇଥିଲା CRPFର 241 ବାଟାଲିୟନ । କ୍ୟାମ୍ପରେ ୧୨୦ ଜଣ ଯବାନ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.